ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଭିଭାବକଙ୍କ ଚିନ୍ତା ବଢ଼ାଉଛି ଶୈଶବରେ ଋତୁସ୍ରାବ, ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ ଓ ଜୀବନଶୈଳୀ

ଭୁବନେଶ୍ୱର, ୨୯/୦୫ : କିଶୋରୀ ବୟସ ବଦଳରେ ଶୈଶବରେ ହିଁ ଅନେକଙ୍କ ଋତୁସ୍ରାବ ହେଉଛି ଯାହା ଅଭିଭାବକଙ୍କ ଚିନ୍ତା ବଢ଼ାଉଛି । ସାଧାରଣତଃ ୧୨ ବର୍ଷରେ ଝିଅଙ୍କ ପ୍ରଥମ ଋତୁସ୍ରାବ ହୋଇଥାଏ । ହେଲେ ଏବେ ୬/୭ ବର୍ଷରେ ଋତୁସ୍ରାବ ହେଲାଣି । ଫଳରେ ଝିଅଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି ଯାହାକୁ ନେଇ ଅଭିଭାବକ ଚିନ୍ତା ପ୍ରକାଶ କରିଛନ୍ତି । ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ ଜେନା କହିଛନ୍ତି, ଝିଅଙ୍କ ପ୍ରଥମ ମାସିକ ଋତୁସ୍ରାବ ୧୨ ବର୍ଷ ବୟସରେ ହୋଇଥାଏ । ଏହି ବୟସ ତଳକୁ ପ୍ରଥମ ମାସିକ ଋତୁସ୍ରାବକୁ ‘ପ୍ରିକସିଅସ୍‌ ପର୍ବଟି’ ବୋଲି କୁହାଯାଏ । ଏବେ ଏଭଳି ଘଟଣା ବହୁ ମାତ୍ରାରେ ଦେଖାଦେଲାଣି । 

ଝିଅମାନେ କମ ବୟସରୁ ମାଚ୍ୟୁରିଟି ପାଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ‘ହର୍ମୋନାଲ ଇମ୍ବାଲାନ୍ସ’ ବା ‘ହର୍ମୋନାଲ ଡିଜ୍‌ଅର୍ଡର’ ପାଇଁ ଏହା ହେଉଛି । ସାଧାରଣତଃ ଶରୀରରେ ହର୍ମୋନାଲ ସାଇକେଲ୍‌ ଅନୁଯାୟୀ ଋତୁସ୍ରାବ ଠିକ୍‌ ସମୟରେ ହୋଇଥାଏ । ହର୍ମୋନ୍‌ ଏଣ୍ଡୋକ୍ରାଇନ୍‌ ଗ୍ଲାଣ୍ଡରେ ହାଇପୋଥେଲାମେସ୍‌ ପିଟ୍ୟୁଟାରି ଓଭାରିଆନ୍‌ ହର୍ମୋନ ରହିଛି । ଏହି ହର୍ମୋନ୍‌ ନିର୍ଦ୍ଧାରିତ ସମୟ ସୀମା ଭିତରେ ଗର୍ଭାଶୟକୁ ଯାଇଥାଏ । ହେଲେ ଏବେ ଅଧିକାଂଶ କ୍ଷେତ୍ରରେ ହର୍ମୋନ୍‌ ଆଗୁଆ ଗର୍ଭାଶୟରେ ପହଞ୍ଚିଯାଉଛି । ବେଳେବେଳେ ଗର୍ଭାଶୟରେ ଟ୍ୟୁମର ପାଇଁ ମଧ୍ୟ ହର୍ମୋନ୍‌ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଏହାଦ୍ୱାରା ଶୀଘ୍ର ଋତୁସ୍ରାବ ହେଉଛି । ଜଳବାୟୁ ପରିବର୍ତ୍ତନ ସହ ଖାଦ୍ୟ ଓ ଜୀବନଶୈଳୀ ଏହାର କାରଣ । ଏହାଦ୍ୱାରା ଝିଅଙ୍କ ଶାରୀରିକ ବୃଦ୍ଧିରେ ବାଧା ଉପୁଜୁଛି । ରକ୍ତହୀନତା ସୃଷ୍ଟି ହେଉଛି । ବେଳେବେଳେ ଅତ୍ୟଧିକ ଋତୁସ୍ରାବ ହେଉଥିବା ଡାକ୍ତର ଜେନା କହିଛନ୍ତି । 

ସେହିପରି ଡାକ୍ତର ସତ୍ୟବ୍ରତ ସାହୁ କହିଛନ୍ତି, ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ଆର୍ଦ୍ରତା ପାଇଁ ପ୍ରଥମ ଋତୁସ୍ରାବ ଅସମୟରେ ହୋଇଯାଉଛି । ବଜାରରେ ବିକ୍ରି ହେଉଥିବା ମାଂସ ଓ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟକର ନୁହେଁ । ଏସବୁ ଖାଦ୍ୟ ଖାଇଲେ ସିଧା ପ୍ରଭାବ ହର୍ମୋନ ଉପରେ ପଡୁଛି । ଏଥିପାଇଁ କିଶୋରୀ ବୟସ ବଦଳରେ ଶୈଶବରେ ହିଁ ଅନେକଙ୍କ ଋତୁସ୍ରାବ ହେଉଛି । ଏହି ସମୟରେ ଋତୁସ୍ରାବ ବିଷୟରେ ଅନେକ ଜାଣି ନଥାନ୍ତି । ସେଥିପାଇଁ ଏହି ସମୟରେ କିପରି ସଫାସୁତୁରା ରହିବେ ସେ ନେଇ ଉଚିତ ସଚେତନତାର ଆବଶ୍ୟକତା ରହିଛି ବୋଲି ଡାକ୍ତର ସାହୁ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.