ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୀପାଳିଙ୍କ ଆୟ, ଋଣ ସର୍ବାଧିକ; ଦ୍ୱିତୀୟରେ ମୋକିମ୍‌ ଓ ୧୦ମ ସ୍ଥାନରେ ନରସିଂହ ମିଶ୍ର

ଭୁବନେଶ୍ୱର,୨୧/୦୩ :୧୪୭ ବିଧାୟକଙ୍କ ମଧ୍ୟରେ ସବୁଠୁ ରୋଜଗାରିଆ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ୨୦୨୧-୨୨ ସୁଦ୍ଧା ତାଙ୍କର ବାର୍ଷିକ ଆୟ ହେଉଛି ୫କୋଟିରୁ ଅଧିକ । ଏବେ ସେ ୪୦ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ । ଏଥିସହ ଦୀପାଳିଙ୍କ ଉପରେ ରହିଛି ୧୯ କୋଟି ୬୯ ଲକ୍ଷ ୬ ହଜାର ୧୨୩ ଟଙ୍କାର ଋଣ । ଏକଥା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି । ଏଡିଆର୍‌ରେ ୨ଟି ତଥ୍ୟ ସମ୍ବଳିତ ତାଲିକା ରହିଛି । ଗୋଟିଏ ରୋଜଗାର ଓ ଅନ୍ୟଟି ଋଣ ସଂପର୍କିତ । ଉଭୟରେ ଓଡ଼ିଶାର ୧୦ଜଣ ବିଧାୟକ ଅଛନ୍ତି । ଦୁଇଟି ତାଲିକାର ଶୀର୍ଷରେ ଦୀପାଳି ରହିଛନ୍ତି । ଆୟ ତାଲିକାର ୧୦ ନମ୍ବର ସ୍ଥାନରେ ଅଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ତାଙ୍କର ମୋଟ ବାର୍ଷିକ ଆୟ ହେଉଛି ୩୮ ଲକ୍ଷ ଟଙ୍କା । ତାଙ୍କ ପାଖରେ ୫ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଆୟ ତାଲିକାର ଦ୍ୱିତୀୟରେ ଅଛନ୍ତି କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ୍‌ । ୨୦୧୭-୧୮ ସୁଦ୍ଧା ତାଙ୍କର ସମୁଦାୟ ଆୟ ହେଉଛି ୪ କୋଟିରୁ ଅଧିକ । ତାଙ୍କର ସମ୍ପତ୍ତିର ମୂଲ୍ୟ ୧୭ କୋଟି । ଏହାର ପଛକୁ ପଛ ଅଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲ । ସୁଧୀରଙ୍କ ମୋଟ ଆୟ ୧ କୋଟି ୨୩ଲକ୍ଷ ଓ ସମ୍ପତ୍ତିର ମୂଲ୍ୟ ୧୪ କୋଟି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ମୋଟ ଆୟ ୧ କୋଟି ୧୪ଲକ୍ଷ ଓ ସମ୍ପତ୍ତିର ମୂଲ୍ୟ ୧୯ କୋଟି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମୋଟ ଆୟ ୭୦ ଲକ୍ଷ ଓ ସମ୍ପତ୍ତିର ମୂଲ୍ୟ ୧୭ କୋଟି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୋଟ ଆୟ ୫୬ଲକ୍ଷ ଓ ମୋଟ ସମ୍ପତ୍ତିର ମୂଲ୍ୟ ୩୦ କୋଟି, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ମୋଟ ଆୟ ୪୩ ଲକ୍ଷ ଓ ସମ୍ପତ୍ତିର ମୂଲ୍ୟ ୩ କୋଟି । ତାଲିକାର ଅଷ୍ଟମ ଓ ନବମ ସ୍ଥାନରେ ଯଥାକ୍ରମେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଅଛନ୍ତି । ଆୟ ଯଥାକ୍ରମେ ୪୧ ଲକ୍ଷ ଓ ୪୦ ଲକ୍ଷ ଟଙ୍କା । ଉଭୟଙ୍କ ପାଖରେ ୨ କୋଟିରୁ ଅଧିକ ଟଙ୍କା ଲେଖାଏଁ ସମ୍ପତ୍ତି ରହିଛି । 

ଅନ୍ୟପକ୍ଷେ, ଋଣ ତାଲିକାର ୨ୟରେ ଥିବା ବିଧାୟକ ସଞ୍ଜୀବଙ୍କ ମୁଣ୍ଡରେ ୭.୭୪ କୋଟି ଟଙ୍କା ଋଣ ରହିଛି । ତାଙ୍କ ପଛକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପ୍ରସାଦ ପଣ୍ଡା ଓ ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ୪ କୋଟି ଟଙ୍କା ଲେଖାଏଁ ଋଣ ଭାରରେ ବୁଡ଼ିଛନ୍ତି । ସେହିପରି ବିଧାୟକ ସୌମ୍ୟରଞ୍ଜନ ୩ କୋଟି, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ସୁଧୀର ସାମଲ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ମୁଣ୍ଡ ଉପରେ ୨ କୋଟିରୁ ଉଦ୍ଧ୍ୱର୍ ଲେଖାଏଁ ଟଙ୍କାର ଋଣ ରହିଛି । ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ୧ କୋଟି ୬୭ ଲକ୍ଷ ଟଙ୍କା ଋଣ ରହିଛି । ତାଲିକାର ଶେଷରେ ଥିବା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ୧ କୋଟି ୪୧ ଲକ୍ଷ ଟଙ୍କା ଋଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.