ଭଞ୍ଜନଗର,୨୫/୦୯: ଚାଷଜମିକୁ ଯିବାବେଳେ ଆକ୍ରମଣ କଲା ବିଲୁଆ । ଏହି ଆକ୍ରମଣରେ ୧୫ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୭ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ରହିଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗାଁରେ ଏହି ଘଟଣା ଘଟିଛି ।
ସୂଚନା ମୁତାବକ, କିଛିଲୋକେ ବୁଧବାର ପୋଖରୀ ଏବଂ ଚାଷଜମିକୁ ଯାଉଥିଲେ । ଏହି ସମୟରେ ଏକ ବିଲୁଆ ସମସ୍ତଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉକ୍ତ ବିଲୁଆଟି ଆଖ ପାଖ ତିନୋଟି ଗ୍ରାମରେ ଲୋକଙ୍କୁ ଆକ୍ରମଣ କରିଥିବାରୁ, ସେ ପାଗଳ ହୋଇଯାଇଥିବା ଅନୁମାନ କରାଯାଉଛି l