ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ରୁଷ୍ ଆତଙ୍କବାଦୀ ଆକ୍ରମଣ ମାମଲା; ଶୌଚାଳୟରୁ ମିଳିଲା ୨୮ ମୃତଦେହ, ପୁଟିନ୍ କହିଲେ ଏହା ପଛରେ ରହିଛି ୟୁକ୍ରେନର ହାତ…

ନୂଆଦିଲ୍ଲୀ: ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୭ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ସମୟ ମଧ୍ୟରେ, ରୁଷ ପୋଲିସ କନସର୍ଟରେ ଗୁଳି ଚଳାଇଥିବା ଚାରି ଜଣଙ୍କୁ ଗିରଫ କରିଛି । ଯଦିଓ ବିପଦଜନକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି, କିନ୍ତୁ ଆତଙ୍କବାଦୀ ଆକ୍ରମଣ ପାଇଁ ରୁଷ କର୍ତ୍ତୃପକ୍ଷ ୟୁକ୍ରେନକୁ ଦାୟୀ କରିଛନ୍ତି । ରୁଷ କହିଛି ଯେ ମସ୍କୋରେ ଏହି ଘଟଣା ଘଟାଇବା ପାଇଁ ଆକ୍ରମଣକାରୀ ମାନେ ୟୁକ୍ରେନରୁ ସାହାଯ୍ୟ ପାଇଛନ୍ତି । ତେବେ ୟୁକ୍ରେନ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରି ଆସୁଛି ।

ଏହା ପୂର୍ବରୁ ରୁଷ କର୍ତ୍ତୃପକ୍ଷ କହିଥିଲେ ଯେ ଗୁଳି ବିନିମୟରେ ୧୪୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ପରେ ସେ ମୃତ୍ୟୁ ସଂଖ୍ୟା ୧୩୩ରେ ରଖିଥିଲେ । ରୁଷ କହିଛି ଯେ ଏପର୍ଯ୍ୟନ୍ତ ୧୩୩ ଟି ମୃତଦେହକୁ ଘଟଣାସ୍ଥଳରୁ ବାହାର କରାଯାଇଛି । ଡାକ୍ତରଖାନାରେ୧୦୭ ଜଣ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।  ରୁଷ କର୍ତ୍ତୃପକ୍ଷଙ୍କ ଅନୁଯାୟୀ କ୍ରୋକସ୍ ସିଟି ହଲ୍‌ର ଶୌଚାଳୟରେ ୨୮ ଟି ମୃତଦେହ ମିଳିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଆମେ ୪ ଜଣ ସଶସ୍ତ୍ର ବ୍ୟକ୍ତିଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛୁ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକ୍ରମଣକାରୀ ମାନେ ୟୁକ୍ରେନରୁ ସହାୟତା ନେଉଥିଲେ ଏବଂ ମସ୍କୋରେ ଏହି ଘଟଣା କରିବା ପରେ ୟୁକ୍ରେନ ମଧ୍ୟ ସୀମା ପାର କରି ସେମାନଙ୍କୁ ଲୁଚାଇବା ପାଇଁ ବ୍ୟବସ୍ଥା କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ଆତଙ୍କବାଦୀମାନେ ରୁଷର ରାଜଧାନୀ ମସ୍କୋରେ ଥିବା କ୍ରୋକସ୍ ସିଟି ହଲ୍ ଉପରେ ଆକ୍ରମଣ କରିଥିଲେ, ଯେଉଁ ସମୟରେ ଏକ କନ୍ସର୍ଟ ଆରମ୍ଭ ହେବାକୁ ଯାଉଥିଲା ଏବଂ ସେଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଏଠାରେ ଚାରିଜଣ ସଶସ୍ତ୍ର ଲୋକ ଭିଡ଼ ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଏବଂ ଗ୍ରେନେଡ ମଧ୍ୟ ଆକ୍ରମଣ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.