ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଖୁବ୍‌ ନିକଟତର ହେଲେ , କଲେ ଯାଦୁବିଦ୍ୟା ? ମୁଇଜ୍ଜୁ ନିଜର ହିଁ ମନ୍ତ୍ରୀଙ୍କୁ କଲେ ଗିରଫ

ମାଲେ – ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଗତ କିଛି ଦିନ ହେବ ଖବରରେ ରହିଛନ୍ତି। ରାଷ୍ଟ୍ରପତି ହେବା ପରେ ମୁଇଜ୍ଜୁ ନିଜର ଭାରତ ବିରୋଧି ନୀତିକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଉପରେ ଚୀନ୍‌ର ଇସାରାରେ ଚାଲିବା ଓ ଭାରତର ବିରୋଧ କରିବାର ଅଭିଯୋଗ ଲାଗିଛି। ରାଷ୍ଟ୍ରପତି ହେବା ପରେ ମୁଇଜ୍ଜୁ ନିଜ ଦେଶରୁ ଭାରତୀୟ ସୈନିକଙ୍କ ହଟେଇବାର ନିଷ୍ପତ୍ତି ନେଇଥିଲେ। ଭାରତ ସହ ତାଙ୍କର ବଢୁଥିବା ବିବାଦ କାରଣରୁ ଭାରତ ଓ ମାଳଦ୍ୱୀପରେ ମୁଇଜ୍ଜୁଙ୍କର ଖୁବ୍‌ ସମାଲୋଚନା ହେଉଛି। ଏବେ ମାଳଦ୍ୱୀପର ରାଷ୍ଟ୍ରପତି ଆଉ ଏକ କାରଣରୁ ଚର୍ଚ୍ଚାରେ। ଏମିତି କୁହାଯାଉଛି କି, ତାଙ୍କ ଉପରେ ଯାଦୁ ବିଦ୍ୟା କରାଯାଇ ଥିଲା , ମୁଇଜ୍ଜୁଙ୍କ ଉପରେ ଏମିତି କରିବା ପାଇଁ ତାଙ୍କର ଜଣେ ମନ୍ତ୍ରୀଙ୍କୁ ଗିରଫ ବି କରାଯାଇଛି। 

ଅଧାଧୁର ରିପୋର୍ଟ ମୁତାବିକ , ମାଳଦ୍ୱୀପରେ ପରିବେଶ ମନ୍ତ୍ରଣାଳୟର ଜଣେ ରାଜ୍ୟ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନିକଟତର ହେବା ଓ ଯାଦୁ ବିଦ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ଜଣେ ସରକାରୀ ଅଧିକାରୀ ଅଧାଧୁକୁ କହିଛନ୍ତି କି ଫତିମାଥ ସମନାଜ ଅଲି ସଲିମ୍‌ଙ୍କୁ ଗିରଫ କରିବା ସହ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି।

ନ୍ୟୁଜ୍ ପୋର୍ଟାଲ ମୁତାବିକ , ହୁଲହୁମାଲେ ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କର ରିମାଣ୍ଡର ଅବଧି ବଢାଇ ଦେଇଥିଲେ। ସମନାଜ ରାଷ୍ଟ୍ରପତି କାର୍ଯ୍ୟାଳୟର ମନ୍ତ୍ରୀ ଏଡମ୍‌ ରମିଜଙ୍କର ପୂର୍ବତନ ପତ୍ନୀ। ସମନାଜଙ୍କ ଗିରଫଦାରୀ ପୂର୍ବରୁ ତାଙ୍କ ଘରର ତଲାସୀ କରାଯାଇ ଥିଲା। କିଛି ଜିନିଷ ଜବତ କରାଯାଇ ଥିଲା । କହି ରଖୁଛୁ କି ସମନାଜଙ୍କର ୩ଜଣ ପିଲା ଅଛନ୍ତି , ଯେଉଁଥିରେ ଜଣେ ପିଲାର ବୟସ ବର୍ଷେରୁ କମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.