ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’ ଯୋଜନା: ଅପେକ୍ଷାରେ ୯୧ ହଜାର କଳାକାର

ଭୁବନେଶ୍ୱର,୨୪/୦୮: ୯୧  ହଜାରରୁ ଅଧିକ କଳାକାର ସରକାରଙ୍କ  ଭତ୍ତା ସହାୟତାକୁ ଅପେକ୍ଷା କରିଛନ୍ତି ।  ସରକାରୀ ତଥ୍ୟ ମୁତାବକ, ସମଗ୍ର  ରାଜ୍ୟରେ ୯୧ ହଜାର ୭୫୫ ଜଣ  କଳାକାର ‘ମୁଖ୍ୟମନ୍ତ୍ରୀ କଳାକାର  ସହାୟତା’ ଯୋଜନାରେ ସାମିଲ  ହେବା ନିମନ୍ତେ ଆବେଦନ କରିଛନ୍ତି ।  ଏଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ  ସର୍ବାଧିକ ୬୮୯୮ ଜଣ ଓ ରାୟଗଡ଼  ଜିଲ୍ଲାରୁ ସର୍ବନିମ୍ନ ୯୬୫ ଜଣ ଅଛନ୍ତି ।  ବିଧାନସଭାରେ ବରିଷ୍ଠ ବିଧାୟକ  ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର  ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ  ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ  କହିଛନ୍ତି, ‘ମୁଖ୍ୟମନ୍ତ୍ରୀ କଳାକାର  ସହାୟତା’ ଯୋଜନାରେ ଆବେଦନ  କରିଥିବା ହିତାଧିକାରୀମାନଙ୍କ ବୟସ  ଏବଂ କଳାକ୍ଷେତ୍ରରେ ଦକ୍ଷତାକୁ ଭିତ୍ତି  କରି ଚୟନ କରାଯାଇଥାଏ । ଏଥିପାଇଁ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ  କମିଟିରେ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ,  ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଜିଲ୍ଲାପାଳ  ଏବଂ ସଦସ୍ୟ ଭାବେ ଜିଲ୍ଲା ସୂଚନା ଓ  ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି  ଅଧିକାରୀ ଓ ବ୍ଲକ୍‌ ଉନ୍ନୟନ ଅଧିକାରୀ  କାର୍ଯ୍ୟ କରିଥାନ୍ତି । ଚଳିତ ବର୍ଷ ମାର୍ଚ୍ଚ  ୧୫ରେ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ  ଆବେଦନ ପ୍ରକ୍ରିୟା ଜୁନ୍‌ ୩୦ ରେ  ଶେଷ ହୋଇଛି । ହିତାଧିକାରୀଙ୍କ ଚୟନ  ପ୍ରକ୍ରିୟା ସରିନଥିବାରୁ ଜିଲ୍ଲାୱାରୀ ତାଲିକା  ପ୍ରଦାନ କରିବା ସମ୍ଭବପର ହେଉନାହିଁ ।  ଚୟନ ପ୍ରକ୍ରିୟା ଶେଷ ହେବା ପରେ ନୂଆ  ହିତାଧିକାରୀଙ୍କୁ କଳାକାର ସହାୟତା  ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  

ଏହାବାଦ୍‌ କେନ୍ଦ୍ର ସରକାର ମାସିକ  ୬ ହଜାର ଟଙ୍କା କଳାକାର ଭତ୍ତା  ପ୍ରଦାନ କରନ୍ତି । ରାଜ୍ୟ ସରକାର ୮୦  ବର୍ଷରୁ କମ୍‌ ବୟସର କଳାକାରମାନଙ୍କୁ  ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’  ଯୋଜନାରେ ମାସିକ ୨ ହଜାର ଟଙ୍କା  ସହାୟତା ଦେଉଛନ୍ତି । ଏମାନଙ୍କୁ କେନ୍ଦ୍ର  ସରକାର ୪ ହଜାର ଟଙ୍କା ଭତ୍ତା ପ୍ରଦାନ  କରିଥାନ୍ତି । ସେହିପରି ଯେଉଁ କଳାକାରଙ୍କ  ବୟସ ୮୦ ବର୍ଷରୁ ଊଦ୍ଧ୍ୱର୍ ସେମାନଙ୍କୁ  ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କଳାକାର  ସହାୟତା’ ଯୋଜନାରେ ମାସିକ ୨୫୦୦  ଟଙ୍କା ଦେଉଛନ୍ତି । ସେମାନଙ୍କୁ ମଧ୍ୟ  କେନ୍ଦ୍ର ସରକାର ୩୫୦୦ ଟଙ୍କା ଭତ୍ତା  ପ୍ରଦାନ କରିଥାନ୍ତି । କେନ୍ଦ୍ର କଳାକାର  ଭତ୍ତା ଯୋଜନାଟି ସଂସ୍କୃତି ମନ୍ତ୍ରଣାଳୟ  ଦ୍ୱାରା ପରିଚାଳିତ । ଏଣୁ ଉପକୃତ  କଳାକାରଙ୍କ ତାଲିକା ଏବଂ ଭତ୍ତା ବନ୍ଦ  ହୋଇଥିବା କଳାକାରଙ୍କ ତାଲିକା ଓ  ଭତ୍ତା ବନ୍ଦ ହେବାର କାରଣ ରାଜ୍ୟ  ସରକାରଙ୍କ ସଂସ୍କୃତି ବିଭାଗରେ ଉପଲବ୍ଧ  ନାହିଁ । ଏଥିନିମନ୍ତେ କଳାକାରଙ୍କୁ  ସଂସ୍କୃତି ମନ୍ତ୍ରଣାଳୟ ସହ ଯୋଗାଯୋଗ  କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.