ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଖାଉଟିଙ୍କୁ ଦରବୃଦ୍ଧି ପ୍ରହାର; ସୋରିଷ ତେଲ ୧୬୦, ହରଡ଼ ୧୭୦ ପିଆଜ ଦର ୬୫ରୁ ୭୦

ଭୁବନେଶ୍ୱର, ୨୫।୯: ୧୦ ଦିନ ତଳେ ଭୁବନେଶ୍ୱର ସୋରିଷ ତେଲ ଲିଟର ପ୍ରତି ଦର ଥିଲା ୧୪୦ ଟଙ୍କା । ଏବେ ସେହି ତେଲ ଦର ୧୬୦ ଟଙ୍କା । କେବଳ ସୋରିଷ ନୁହେଁ, ରିଫାଇନ୍‌ ତେଲ ଦର ୯୦ରୁ ୧୦୦ରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ୧୨୨ ଓ ପାମୋଲିନ୍‌ ତେଲ ୧୦୭ ଟଙ୍କାରେ ବିକ୍ରି ହେଉଛି । କେବଳ ଖାଇବା ତେଲ ନୁହେଁ ଡାଲି ଦର ମଧ୍ୟ ଅନୁରୂପ ଭାବେ ବଢ଼ିଛି । ଯେଉଁ ହରଡ଼ ଡାଲି କିଲୋ ପୂର୍ବରୁ ୧୬୦ରୁ ୧୬୫ ଟଙ୍କା ଥିଲା ତାହା ଏବେ ୧୭୦ ଟଙ୍କାରେ ପହଞ୍ଚିଛି । ମୁଗ ଡାଲି ୧୨୦ଟଙ୍କାରୁ ୧୩୦ ଛୁଇଁଛି । ହଠାତ୍‌ ଖାଉଟି ବଜାରରେ ତେଲ ଓ ଡାଲି ଦର ଏକାଥରକେ ଲମ୍ବା ଡିଆଁ ମାରିଛି । 

ଅପରପକ୍ଷେ, ଖାଇବା ତେଲ ଉପରେ ଆମଦାନୀ ଶୁକ୍ଳ ବଢ଼ିଥିବାରୁ ଦର ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି । ଯେଉଁ ବେପାରୀମାନେ ପୁରୁଣା ଦରରେ ସୋରିଷ, ରିଫାଇନ୍‌ ତେଲ ମହଜୁଦ ରଖିଥିଲେ ସେମାନେ ଏବେ ଦର ବଢାଇ ବିକ୍ରି କରୁଛନ୍ତି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାର୍ବଣ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଭିନ୍ନ କମ୍ପାନୀ ତେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଘଣା ତେଲ କିଣିବାକୁ ଭିଡ଼ ଜମୁଛି । ଗତ କିଛିମାସ ହେବ ରାଜ୍ୟରେ ଦରଦାମ୍‌ ତାତି ଲାଗିରହିଛି । ପରିବାଠାରୁ ନେଇ ଆଳୁ, ପିଆଜ, ଅଦା, ରସୁଣ, ଚିନି ଦର ଧୀରେ ଧୀରେ ବଢ଼ିଚାଲିଛି । ତିନିମାସ ହେବ ପିଆଜ କେଜି ୪୫ଟଙ୍କାରୁ ୭୦ଟଙ୍କାରେ ପହଞ୍ଚିଲାଣି । ଯାହାକୁ ନେଇ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏଭଳି ସ୍ଥିତିରେ ଖାଇବୁ କ’ଣ ବୋଲି ଗ୍ରାହକମାନେ ପ୍ରଶ୍ନ କରିଛନ୍ତି । ସପ୍ତାହେ ତଳେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଯାଇଥିଲା । ଏହାଦ୍ୱାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୨୭.୫ ପ୍ରତିଶତକୁ ବଢ଼ିଯାଇଛି । ସେଥିପାଇଁ ତେଲ ଦର ବୃଦ୍ଧି ପାଇଛି । ହେଲେ ସରକାର ଏଦିଗରେ ଥରେ ଭାବିବାର ଥିଲା ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି । 

ତେବେ ଏହାର ସୁଯୋଗ ନେଇ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଗ୍ରାହକ ରାଜେନ୍ଦ୍ର ବର୍ମା କହିଛନ୍ତି, ସାଧାରଣ ନିର୍ବାଚନ ପରେ ହଠାତ୍‌ ଏଭଳି ଦର ବୃଦ୍ଧି ହେଉଛି । ସରକାର ପ୍ରଥମେ ସାଧାରଣ ଗ୍ରାହକଙ୍କ କଥା ବୁଝିବା ଦରକାର । ଗ୍ରାହକ କିଭଳି ବଞ୍ଚିବେ ସେଥିପାଇଁ ସରକାର ଦର ନିର୍ଦ୍ଧାରଣ କରନ୍ତୁ । ସହିଦନଗରର ଜଣେ ଘଣା ତେଲ ବେପାରୀ ଗିରିଧାରୀ ଦାଶ କହିଛନ୍ତି, ଘଣା ତେଲର ଚାହିଦା ରହିଛି । ବର୍ତ୍ତମାନ ସୋରିଷ ତେଲର ଦର ୨୫୦ ଓ ସୂର୍ଯ୍ୟମୁଖୀ ତେଲର ଦର ୩ଶହ ଟଙ୍କା ଅଛି । ତେଲ ଦର ବଢ଼ିବା ପରଠାରୁ ତାଙ୍କ ଘଣାକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.