ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋ ବାପାଙ୍କୁ ଜେଲ୍‌ରେ ସ୍ଲୋ ପଏଜନ୍ ଦିଆଯାଉଥିଲା’, ମୁଖତାର ଅନସାରୀଙ୍କ ପୁଅର ଅଭିଯୋଗ

ନୂଆଦିଲ୍ଲୀ,୨୯।୩:  ମାଫିଆ ଡନ୍ ମୁଖତାର ଅନସାରୀର ହୃଦଘାତରେ ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ଦେହ ଖରାପ ହେବାପରେ ବାନ୍ଦା ଜେଲ୍‌ରୁ ରାଣୀ ଦୁର୍ଗାବତୀ ମେଡିକାଳ କଲେଜ ଅଣାଯାଇଥିଲା। ମୁଖତାର ଅନସାରୀର ମୃତ୍ୟୁ ପରେ ଏବେ ତା ପୁଅ ଉମର ଅନସାରୀ ପ୍ରଶାସନକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଜେଲ୍‌ ପ୍ରଶାସନ ତାଙ୍କ ବାପାଙ୍କୁ ସ୍ଲୋ ପଏଜନ୍ ଦେଉଥିଲେ।

ଉମର କହିଛନ୍ତି, ମୋ ବାପାଙ୍କୁ ଖାଦ୍ୟରେ ଧିମା ଜହର ଦିଆଯାଉଥିଲା। ସେ ନ୍ୟାୟପାଳିକାର ଦ୍ବାରସ୍ତ ହୋଇଥିଲେ। ଆମକୁ ପୁରା ଭରସା ରହିଛି। ମୋତେ ଜେଲ୍ ପ୍ରଶାସନ ପକ୍ଷରୁ କିଛି କୁହାଯାଇ ନଥିଲା। ଗଣମାଧ୍ୟମ ଜରିଆରେ  ଏ ବିଷୟରେ ଜାଣିଲି। ଏବେ ପୁରା ଦେଶ ସତ ଜାଣେ। ଦୁଇ ଦିନ ତ‌ଳେ ବାପାଙ୍କୁ ଦେଖା କରିବାକୁ ଆସିଥିଲି, ହେଲେ ଦେଖା କରିବାକୁ ଦେଲେନି।

ଉମର କହିଛନ୍ତି ସ୍ଲୋ ପଏଜନ୍ ଦିଆଯାଉଥିବାର ମୁଁ ବହୁବାର କହିଛି, ଏପରିକି ମରିବା ପୂର୍ବରୁ ଫୋନ୍‌ରେ ବାପା ପୂର୍ବରୁ କହୁଥିଲେ। ୧୯ ମାର୍ଚ୍ଚରେ ତାଙ୍କୁ ଡିନରରେ ବିଷ ଦେଇଥିଲେ। ଉମର ଅନସାରୀ କହିଥିଲେ, ଆଜି ତାଙ୍କର ପୋଷ୍ଟମର୍ଟମ ହେବ। ପୋଷ୍ଟମର୍ଟମ ପାଇଁ ପ୍ରାୟ ୫ ଜଣ ଡାକ୍ତରଙ୍କ ପ୍ୟାନେଲ କରାଯାଇଛି। ମୁଖତାର ଅନସାରୀଙ୍କ ମୃତଦେହକୁ ବାନ୍ଦା ମେଡିକାଲ କଲେଜ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.