ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଲଗ୍ରହରେ ବିଶାଳ ରହସ୍ୟମୟ ଗର୍ତ୍ତ, ଆଗକୁ ହୋଇପାରେ ମଣିଷର ରହିବାର ସ୍ଥାନ !

ନୂଆଦିଲ୍ଲୀ,୮।୬: ମଙ୍ଗଳ ଗ୍ରହରେ ଜନ ବସତି ପାଇଁ ସ୍ପେସ୍‌ ଏକ୍ସର ସଂସ୍ଥାପକ ଏଲନ୍ ମସ୍କ ମିଶନ୍ ଜାରି ରଖିଛନ୍ତି। ଏହା ଭିତରେ ମଙ୍ଗଳ ଗ୍ରହରେ ଦେଖିବାକୁ ମିଳିଛି ରହସ୍ୟମୟ ଗର୍ତ୍ତ। ଏହି ଗର୍ତ୍ତ ଏକ ପ୍ରାଚୀନ ଜ୍ବାଳାମୁଖି ନିକଟରେ ଦେଖିବାକୁ ମିଳିଛି। ଏହା ଦେଖାଯିବା ପରେ  ମହାକାଶ ବିଜ୍ଞାନ ପ୍ରତି ରୁଚି ରଖିଥିବା ଲୋକଙ୍କର ବଢିଛି ଉତ୍ସାହ। କୁହାଯାଉଛି ଯେ, ମଙ୍ଗଳ ଗ୍ରହରେ ଧୂଳି ଝଡ ଓ ତାପମାତ୍ରା କମ୍ ବହୁତ ହେବା ସାଧାରଣ କଥା, କିନ୍ତୁ ଏହି ଗର୍ତ୍ତ କେଉଁଠୁ ଆସିଲା ?  

ନାସାର ମାର୍ସ ରିକର୍ନିସେନ୍ସ ଅର୍ବିଟିର(ଏମଆରଓ)ରେ ମୁତୟନ ହାଇ-ରିଜୋଲ୍ୟୁସନ୍‌ ଇମେଜିଂ ସାଇନ୍ସ ଏକ୍ସପେରିମେଣ୍ଟ (HIRISE) କ୍ୟାମେରା ଦ୍ବାରା ଏହା କ୍ୟାପଚର ହୋଇଛି। ଏହି ଗର୍ତ୍ତ ବିଲୁପ୍ତ ହୋଇ ସାରିଥିବା ଆର୍ସିଆ ମୋନ୍ସ ଜ୍ବାଳାମୁଖୀର ଖୁବ୍ ନିକଟରେ ଲାଗିକି ରହିଛି ଓ ମାତ୍ର କିଛି ମିଟରର ଚଉଡା। ଆର୍ସିଆ ମୋନ୍ସ ଜ୍ବାଳାମୁଖୀକୁ ଅଗଷ୍ଟ ୨୦୨୨ ରେ ଖୋଜା ଯାଇଥିଲା। ଜ୍ବାଳାମୁଖୀରୁ ବାହାରିଥିବା ଲାଭା ପୃଥିବୀରେ ବଡ ବଡ ନାଳ ତିଆରି କରିଥାଏ। ଜ୍ବାଳାମୁଖୀ ପାଖରେ ବିଭିନ୍ନ ପ୍ରକାର ଗର୍ତ୍ତ ଦେଖାଯିବା ସାଧାରଣ କଥା, କିନ୍ତୁ ଏହି ଗର୍ତ୍ତ ଟିକେ ଅଲଗା ଲାଗୁଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନି ଯେ, ଏହି ବଡ ଗାତ କ’ଣ। ବୈଜ୍ଞାନିକଙ୍କ ମତରେ ଏହା ଏକ ଗୁମ୍ଫା କିମ୍ବା ବହୁ ଗୁଡିଏ ଗୁମ୍ଫା ଆଡକୁ ଯାଉଥିବା ରାସ୍ତା ହୋଇପାରେ। 

ନାସା ଏହି ଗର୍ତ୍ତର ଫଟୋ ଜାରି କରିଛି। ଏଥିରେ ସାଇଡବଲ ଦେଖାଯାଉଛି। ଏଭଳି ଗାତକୁ ପିଟ୍‌ କ୍ରେଟର କୁହାଯାଏ ଓ ଜ୍ବାଳାମୁଖୀରେ ଏହା ଖୁବ୍ ସାଧାରଣ କଥା। ପୃଥିବୀରେ ଏହା ୬ ରୁ ୧୮୬ ମିଟର ପର୍ଯ୍ୟନ୍ତ ଗଭୀର ଥାଏ। ସେଭଳି ଫଟୋରେ ଆର୍ସିଆ ମୋନ୍ସ ଜ୍ବାଳାମୁଖୀ ନିକଟରେ ଥିବା ଏହି ଗର୍ତ୍ତ ୧୭୮ ମିଟର ଗଭୀର ରହିଛି। ଏଭଳି ଗର୍ତ୍ତ ବୈଜ୍ଞାନିକଙ୍କୁ ଆକର୍ଷିତ କରିଥାଏ, କାରଣ ମଙ୍ଗଳ ଗ୍ରହରେ ଆଗରୁ ଜୀବନ ଥିଲା ବୋଲି ଏହା ପ୍ରମାଣ ଦେଉଛି। ଏବେ ଏହା ଜାଣିବାକୁ ସାହାଯ୍ୟ କରିବ ଯେ, ମଙ୍ଗଳ ଗ୍ରହରେ ବର୍ତ୍ତମାନ ସୁକ୍ଷ୍ମଜୀବି ଅଛନ୍ତି କି ନାହିଁ ?

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.