ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ନାଗପୁରର ଏକ ରେଷ୍ଟୁରାଣ୍ଟ ବୁଲିଲା ଖଣ୍ଡା, ଭୟରେ ଲୁଚିଲେ ଗ୍ରାହକ

ନୂଆଦିଲ୍ଲୀ,୦୪/୦୯: ରେଷ୍ଟୁରାଣ୍ଟରେ ବୁଲିଲା ଖଣ୍ଡା ।  ମହାରାଷ୍ଟ୍ରର ନାଗପୁରର ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ ହାତରେ ଖଣ୍ଡା ଧରି ଅଚାନକ ଭାବେ  ପଶି ଯାଇଥିଲେ। ଏହାପରେ ସେମାନେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିବା ସହ ଗ୍ରାହକଙ୍କୁ ବି ମାରପିଟ କରିଥିଲେ। ଏନେଇ ଅନେକ ଗ୍ରାହକ ଭୟରେ ଲୁଚି ଯାଇଥିଲେ । 

ତେବେ ଗତକାଲି ହଠାତ୍‌ କିଛି ଯୁବକ ହାତରେ ଖଣ୍ଡା ଧରି ଏକ ରେଷ୍ଟୁରାଣ୍ଟରେ ପଶିଥିଲେ। ଏହାଦେଖି ରେଷ୍ଟୁରାଣ୍ଟର କର୍ମଚାରୀ ଓ ଗ୍ରାହକ ଜୀବନ ବିକଳରେ ଲୁଚି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଦୁର୍ବୃତ୍ତମାନେ ବହୁ ଜଣଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଏହାପରେ ଦୁର୍ବୃତ୍ତମାନେ ଖଣ୍ଡା ବୁଲାଇ ବହୁ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ। କିଛି ସମୟ ପରେ ସେମାନେ ବାହାରକୁ ଆସି ପାର୍କିଂରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହାପରେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ରେଷ୍ଟୁରାଣ୍ଟ ମାଲିକ ଦୁର୍ବୃତ୍ତଙ୍କୁ ମଦ ଓ ଟଙ୍କା ଦେଇଥିବା  ସିସିଟିଭି ଫୁଟେଜରୁ ଜଣାପଡିଛି।  ଫଳରେ ଘଟଣାସ୍ଥଳରୁ ସବୁ ଦୁର୍ବୃତ୍ତ ଆଖି ପିଛୁଳାକେ ଚାଲି ଯାଇଥିଲେ। ଏନେଇ ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କରିଥିବା ବେଳେ  ଏଥିସହ ଅଭିଯୁକ୍ତଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.