ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଶ୍ରୀଜଗନ୍ନାଥଙ୍କ ରଥ ଚକ ଦାମ ଲକ୍ଷେ, ବଳଭଦ୍ରଙ୍କ ୬୦ ହଜାର, ସୁଭଦ୍ରାଙ୍କର ୫୦ ହଜାର

ପୁରୀ, ୧୪/୦୮ : ରଥଯାତ୍ରା ସରିଛି । ରଥ ଖୋଲା ହେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଦେବୀ ସୁଭଦ୍ରାଙ୍କ ରଥ ଖୋଲା ଆପାତଃ ସରିଥିବା ବେଳେ ଆଗକୁ ବଳଭଦ୍ର ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଖୋଲାଯିବ । ମହାପ୍ରଭୁଙ୍କ ଦିବ୍ୟ ସ୍ପର୍ଶ ପାଇ ଏହି ରଥ ଦିବ୍ୟତା ପାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ଅଂଶଗୁଡ଼ିକୁ ବିକ୍ରି କରି କିଛି ରାଜସ୍ୱ ଆଦାୟ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥିନିମନ୍ତେ ରଥର ଚକ, ପ୍ରଭା, ଗୁଜ, ଅଂଶୁଆରୀ ବିକ୍ରି ନିମନ୍ତେ ସଂଶୋଧିତ ଏସ୍‌ଓପି ସହ ଦର ପ୍ରକାଶ ପାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରତି ଚକା ମୂଲ୍ୟ ୧ ଲକ୍ଷ ଟଙ୍କା ରଖାଯାଇଛି । ଯେତେବେଳେ କି ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପ୍ରତି ଚକ ମୂଲ୍ୟ ୬୦ ହଜାର ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ପ୍ରତି ଚକ ଦର ୫୦ ହଜାର ଟଙ୍କା ରଖାଯାଇଛି । 

ପ୍ରତି ରଥର ଗୁଜ ଓ ଅନଶୁଆରୀ ଦର ୧୦ ହଜାର ଟଙ୍କା ଲେଖାଏଁ ରହିଥିବା ବେଳେ ପ୍ରଭାଦର ୨୫ ହଜାର ଟଙ୍କା ରହିଛି । ପ୍ରତି ରଥର ଗୋଟିଏ ଲେଖାଏଁ ଚକା ନେବାକୁ ଚାହୁଁଥିବା ବ୍ୟକ୍ତି ୨ ଲକ୍ଷ ଟଙ୍କା ଜମା କରି ଏସବୁ ପାଇପାରିବେ । ଏହି ରଥ ଉପକରଣଗୁଡ଼ିକ ନେବା ନିମନ୍ତେ ଆଶୟୀ ବ୍ୟକ୍ତି ଓ ସଂସ୍ଥାମାନେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏକ ନିର୍ଦ୍ଧାରିତ ଫର୍ମରେ ଆବଦେନ କରିବେ ସହ ୧ ହଜାର ଟଙ୍କାର ରସିଦ୍‌ ଦାଖଲ କରିବେ । ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଆବେଦନର ଶେଷ ସମୟ ନିର୍ଘଣ୍ଟ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.