ପୁରୀ, ୧୦/୦୮ : ପୁରୀ ସମୁଦ୍ର ତଟରେ ନୌସେନାର ମକଡ୍ରିଲ୍। ଡିସେମ୍ବର ୪ ନୌସେନା ଦିବସ ପୂର୍ବରୁ ପୁରୀ ସମୁଦ୍ର ତଟରେ ଭାରତୀୟ ନୌସେନା ପକ୍ଷରୁ ମକଡ୍ରିଲ୍ କରାଯାଉଛି। ଏହି ମକଡ୍ରିଲ୍ରେ ନୌସେନାର ୫ଟି ଯୁଦ୍ଧ ଜାହାଜ ସାମିଲ ହୋଇଛନ୍ତି। ତେବେ ଯୁଦ୍ଧ ଜାହାଜ ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଜାହାଜକୁ ନିକଟରୁ ଦେଖି ପର୍ଯ୍ୟଟକମାନେ ଉତ୍ସାହିତ ହୋଇପଡିଛନ୍ତି।
ସୂଚନାନୁଯାୟୀ, ଆସନ୍ତା ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଏହି ଉପଲକ୍ଷେ ପୁରୀ ବ୍ଲୁଫ୍ଲାଗ୍ ବିଚ୍ ସମ୍ମୁଖରେ ନୌସେନାର ଜାହାଜ ମକଡ୍ରିଲ୍ କରୁଛନ୍ତି। ତଟ ଅନୁଧ୍ୟାନ କରିବା ପାଇଁ ଏହି ଜାହାଜ ଆସିଥିବା ସୂଚନା ମିଳିଛି।
ଅପରପକ୍ଷରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଆଶଙ୍କା ବଢୁଥିବା ବେଳେ ହଠାତ୍ ପୁରୀ ସମୁଦ୍ର କୂଳରେ ନୌସେନାର ଯୁଦ୍ଧ ଜାହାଜ ଦେଖି ଭିନ୍ନ ଚର୍ଚ୍ଚା ହେଉଛି। ତଟ ସୁରକ୍ଷା ପାଇଁ ଏହି ଜାହାଜ ପଇଁତରା ମାରୁଥିବା ଚର୍ଚ୍ଚା ହେଉଛି।