ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଭୁବନେଶ୍ୱର ଏକାମ୍ର ଓ ମଧ୍ୟରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

Published By : Prameya | May 15, 2024 9:32 AM

ଭୁବନେଶ୍ୱର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଭୁବନେଶ୍ୱର ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଆସନ୍ତା ୧୬ ତାରିଖ (ଗୁରୁବାର) ସନ୍ଧ୍ୟାରେ ଭୁବନେଶ୍ୱରରେ କରିବେ ରୋଡ୍‌ ସୋ’ । ଏକାମ୍ର ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ସହ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନବୀନଙ୍କ ଏହି ମେଗା ରୋଡ୍‌ ସୋ’ ହେବ । ୧୬ ତାରିଖ ସନ୍ଧ୍ୟାରେ ନବୀନଙ୍କ ରୋଡ୍‌ ସୋ’ ଗଙ୍ଗନଗର ଛକରୁ ଆରମ୍ଭ ହେବ । ପରେ ଏଲ୍‌ଆଇସି ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫଏସି ବ୍ୟାଙ୍କ ଛକ, ନୂଆପଲ୍ଲୀ ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ, ବାୟାବାବା ମଠ ଦେଇ ରୁପାଲି ଛକ ପର୍ଯ୍ୟନ୍ତ ଯିବେ ନବୀନ । 

ନବୀନ ରୋଡ୍‌ ସୋ’ କରିବାବେଳେ ରାସ୍ତା କଡ଼ରେ ବ୍ୟାରିକେଡ୍‌ ବନ୍ଧାଯିବ । ବ୍ୟାରିକେଡ ଆରପଟେ ରହିବେ ନବୀନଙ୍କ ପ୍ରଶଂସକ ଓ ବିଜେଡି କର୍ମୀ । ନବୀନଙ୍କ ରୋଡ୍‌ ସୋ’ ମାଧ୍ୟମରେ ବିଜେଡି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବାକୁ ଲାଗି ପଡ଼ିଛି । ମଧ୍ୟ ଭୁବନେଶ୍ୱର ଆସନରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ତାଙ୍କ ଟିମ୍‌ ପୂରା ଦମ୍‌ରେ ଲାଗିଛନ୍ତି । ଗତ ୧୦ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ରୋଡ୍‌ ସୋ’ କରିଥିଲେ । ଏବେ ନବୀନଙ୍କ ରୋଡ୍‌ ସୋ’ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଆଜି ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପଛରେ ଯିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.