ପ୍ରମୂଖ ଖବର

ଶରଦ ପାଓ୍ବାରଙ୍କ ଏନସିପି ଜାରି କଲା ପ୍ରଥମ ପ୍ରାର୍ଥୀ ଲିଷ୍ଟ, ସୁପ୍ରିୟା ସୁଲେଙ୍କ ସହ ୫ପ୍ରାର୍ଥୀଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ,୩୦/୩ :  ମହାରାଷ୍ଟ୍ର ଲୋକସଭା ନିର୍ବାଚନ ୨୦୨୪ଲାଗି ଶରଦ ପାଓ୍ବାରଙ୍କ ଏନସିପି ୫ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରିଛି । ଜୟନ୍ତ ପାଟିଲ ପ୍ରେସ କନଫରେନ୍ସ ମାଧ୍ୟମରେ ସମସ୍ତ ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରିଛନ୍ତି । ଶରଦ ପାଓ୍ବାରଙ୍କ ଝିଅ ଏବଂ ଏନସିପିର ବରିଷ୍ଠ ନେତା ସୁପ୍ରିୟା ସୁଲେଙ୍କୁ ବାରାମତୀରୁ ପ୍ରାର୍ଥୀ କରାଯାଇଛି ।

ଏହା ବ୍ୟତୀତ ବର୍ଧାରୁ ଅମର କାଲୋ, ଦିଂଡୋରୀରୁ ଭାସ୍କର ରାଓ୍ବ ବଗରେ, ବାରାମତୀରୁ ସୁପ୍ରିୟା ସୁଲେ, ଶୀରୁରରୁ ଡ. ଅମୋଲ କୋହ୍ଲେ ଏବଂ ଅହମଦନଗରରୁ ନିଲେଶ ଲଙ୍କେଙ୍କୁ ଟିକେଟ ଦିଆଯାଇଛି ।

ପ୍ରକାଶ ଯେ, ଏନସିପି ଶରଦ ଚନ୍ଦ୍ରଙ୍କ ତରଫରୁ କୁହାଯାଇଛି ଯେ, ମହାବିକାଶ ଅଘାଡ଼ୀ(ଏମଭିଏ) ମାଧ୍ୟମରେ ପାର୍ଟିକୁ ୧୦ସିଟ ମିଳିବ ଏବଂ ଖୁବଶୀଘ୍ର ସମସ୍ତ ସିଟରେ ପ୍ରାର୍ଥୀ ଓହ୍ଲାଯିବ । ଶୁକ୍ରବାର ବୈଠକ ହୋଇଥିଲା ଏବଂ ବୈଠକରେ ୧୦ଲୋକସଭା ସିଟକୁ ନେଇ ଚର୍ଚ୍ଚା ହୋଇଥିଲା। ଏହାର ଦୁଇ ଦିନ ପରେ ଆଜି ତଥା ଶନିବାର ୩୦ମାର୍ଚ୍ଚରେ ୫ପ୍ରାର୍ଥୀଙ୍କ ନାଁର ଘୋଷଣା କରାଯାଇଛି ।

ଶୁକ୍ରବାର ୨୯ମାର୍ଚ୍ଚରେ ବିଧାନସଭାରୁ ଇସ୍ତଫା ଦେଇ ନିଲେଶ ଲଙ୍କେ ଭାବୁକ ହୋଇଯାଇଥିଲେ ଏବଂ କହିଥିଲେ କି ଶରଦ ପାଓ୍ବାର ଚାହୁଁଥିଲେ କି ସେ ଅହମଦନଗରରୁ ଲୋକସଭା ନିର୍ବାଚନ ଲଢିବେ । ଶରଦ ପାଓ୍ବାରଙ୍କୁ ଭଗବାନ କହିବାକୁ ଯାଇ ନିଲେଶ ଲଙ୍କେ କହିଛନ୍ତି କି ସେ କେବେ ଭଗବାନଙ୍କୁ ଦେଖିନାହାଁନ୍ତି କିନ୍ତୁ ଶରଦ ପାଓ୍ବାର ଭଗବାନଙ୍କ ଭଳି ମହାନ ବ୍ୟକ୍ତି ଅଟନ୍ତି । ସେ ନିର୍ବାଚନ ଲଢିବାକୁ କହିଛନ୍ତି, ଏପରି କି ତାଙ୍କ କଥା ଆଗରେ ଜଣେ ବିଧାୟକଙ୍କ କ’ଣ ଓଜନ ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.