ଭୁବନେଶ୍ୱର ୨୩/୦୯: ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ। ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ଥାନା ଗେଟ୍ରେ ଲଙ୍କା ଲେମ୍ବୁ ଝୁଲାଇଲେ, ଚାମ୍ବରରେ କଲେ ହୋମ ଯଜ୍ଞ। ମନ୍ତ୍ରପାଠରେ ଗୁଞ୍ଜରିତ ହେଲା ପୂରା ଅଞ୍ଚଳ। ଗ୍ରହ ଶାନ୍ତି ପୂଜା ପରେ ହାତରେ ରକ୍ଷାସୂତ୍ର ବାନ୍ଧିଲେ ଥାନା ଅଧିକାରୀ ଏବଂ କର୍ମଚାରୀ। ଏନେଇ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ନୂଆ କରି କାର୍ଯ୍ୟଭାର ସମ୍ଭାଳିଛି, ତେଣୁ ମନ ଶାନ୍ତି ପାଇଁ ପୂଜା ଆର୍ଚ୍ଚନା କରିଛି।
ସୂଚନା ଅନୁଯାଇ, ଭରତପୁର ଥାନାରେ ଅଗଷ୍ଟ ୧୫ ତାରିଖରେ ମେଜର ଏବଂ ବାନ୍ଧବୀଙ୍କୁ ମାଡ଼ ଘଟଣା ପରେ ଚର୍ଚ୍ଚାକୁ ଆସିଥିଲା। ଯାହକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିଲେ। ପୀଡିତାଙ୍କୁ ମାଡ଼ ମାରିବା ଘଟଣା ପୂର୍ବ ଆଇଆଇସିଙ୍କ ସହ ୫ ଜଣ ଥାନା କର୍ମଚାରୀ ନିଳମ୍ବିତ ହୋଇଥିଲେ। ଏଥିସହିତ ୭ ଜଣ ରୋଡ୍ ରୋମିଓକୁ ବାନ୍ଧିଥିଲା କମିଶନରେଟ୍ ପୁଲିସ। ଏବେ ଏବେ କ୍ରାଇମ୍ବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ତଦନ୍ତ କରୁଥିବା ବେଳେ ଆସନ୍ତା ୬୦ ଦିନ ଭିିତରେ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି।