ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଗ୍ରାମରକ୍ଷୀଙ୍କୁ ଅଣଦେଖା କରୁଛନ୍ତି ସରକାର, ୨୫ରୁ ଆନ୍ଦୋଳନ ପାଇଁ ଚେତାବନୀ

କଟକ ୦୯/୦୯: ପୁଲିସ୍‌କୁ ସବୁ କାମରେ ସହଯୋଗ କରିଆସୁଛୁ ।  ଅପରାଧୀମାନଙ୍କ ବାବଦରେ ଗୋପନୀୟ ତଥ୍ୟ ପ୍ରଦାନଠାରୁ ଆରମ୍ଭ କରି  ୱାରେଣ୍ଟ ଧରପଗଡ଼ ଆଦି ବିଭିନ୍ନ କାର୍ଯ୍ୟ ପୁଲିସ ସହ ମିଶି କାମ କରୁଛୁ ।  ହେଲେ ସେହି ଅନୁସାରେ ପାରିଶ୍ରମିକ କିମ୍ବା ସରକାରୀ ସୁବିଧା ମିଳୁନାହିଁ ।  ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝଡ଼ଖଣ୍ଡ ରାଜ୍ୟ ସମେତ ଦେଶର ଅନ୍ୟ  ରାଜ୍ୟଗୁଡ଼ିକରେ ଗ୍ରାମରକ୍ଷୀମାନେ ମାସିକ ୧୫ ହଜାରରୁ ୧୮ ହଜାର ଟଙ୍କା  ଦରମା ପାଉଥିବା ବେଳେ ଓଡ଼ିଶାରେ ଗ୍ରାମରକ୍ଷୀମାନେ ମାତ୍ର ୧୮ ଶହ ଟଙ୍କା  ଭତ୍ତା ପାଉଛନ୍ତି । ଯାହାକି ଗ୍ରାମରକ୍ଷୀ ଓ ତାଙ୍କ ପରିବାର ପ୍ରତି ଉପହାସ ବୋଲି  ଓଡ଼ିଶା ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସଂଘ ଅଭିଯୋଗ କରିଛି ।  

ମହାସଂଘ ସଭାପତି ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ କଟକରେ ଆୟୋଜିତ  ପ୍ରତିବାଦରେ ସଭାରେ ଗ୍ରାମରକ୍ଷୀମାନଙ୍କୁ ସରକାର ଅଣଦେଖା କରୁଥିବା ନେଇ ଅଭିଯୋଗ କରାଯାଇଥିଲା । ଗ୍ରାମରକ୍ଷୀମାନଙ୍କ ବିଭିନ୍ନ ସମସ୍ୟା ଦୂର ପାଇଁ ୧୦ଟି  ଦାବି ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରିଥିଲେ। ତେବେ ସରକାର ଯଦି  ଏହି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୫ ତାରିଖରୁ ଗ୍ରାମରକ୍ଷୀମାନେ  ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଭାପତି ଶ୍ରୀ ନାୟକ ଓ ସମ୍ପାଦକ  କିଶୋର ମଲ୍ଲିକ୍‌ ଚେତାବନୀ ଦେଇଛନ୍ତି। 

ମହାସଂଘର ସଦସ୍ୟମାନେ କହିଛନ୍ତି, ମାତ୍ର ୧୮ ଶହ ଟଙ୍କାରେ ପରିବାର  ଚଳେଇବା ତ ଦୂରର କଥା ନିଜେ ଚଳିବା ବି ସମ୍ଭବ ହେଉନି । ଦୀର୍ଘଦିନ ହେଲା  ଗ୍ରାମରକ୍ଷୀମାନେ ବିଭିନ୍ନ ସମସ୍ୟା ନେଇ ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ଅନ୍ୟ  ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଆସୁଛନ୍ତି । ହେଲେ ଗ୍ରାମରକ୍ଷୀଙ୍କ ସମସ୍ୟା କଥା  କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ସଭାପତି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।  ଗ୍ରାମରକ୍ଷୀମାନଙ୍କ ସମସ୍ୟାର ସମାଧାନ ଓ ଦାବି ପୂରଣ ଲାଗି ହାଇକୋର୍ଟ ନିର୍ଦ୍ଦେଶ  ଦେଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । 

ନୂଆ ସରକାର ଆମ  ଦାବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରୁଛି  ବୋଲି ସମ୍ପାଦକ ଶ୍ରୀ ମଲ୍ଲିକ୍‌ କହିଛନ୍ତି । ବିଶେଷକରି ଗ୍ରାମରକ୍ଷୀଙ୍କୁ ଚତୁର୍ଥ ଶ୍ରେଣୀ  କର୍ମଚାରୀ ମାନ୍ୟତା, ମାସିକ ଦରମା ୧୫ ହଜାର ଟଙ୍କା, ଥାନା ସ୍ତରରେ ଖାଲିଥିବା  ଗ୍ରାମରକ୍ଷୀ ପଦବି ପୂରଣ, ଅବସରଙ୍କୁ ପେନସନ୍‌, ୨୦ ଲକ୍ଷ ଟଙ୍କା ଜୀବନ ବୀମା,  ମାଓ ହିଂସାକାଣ୍ଡରେ ପ୍ରାଣ ହରାଉଥିବା ଗ୍ରାମରକ୍ଷୀଙ୍କ ପରିବାରକୁ ୫୦ ଲକ୍ଷ  ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି ମହାସଂଘ ଦାବି କରିଛି । ତେବେ ଉକ୍ତ  ଦାବି ପୂରଣ ସରକାର ପଦକ୍ଷେପ ନନେଲେ ଥାନାସ୍ତରରେ ପୁଲିସ୍‌କୁ କର୍ଯ୍ୟରେ  ଅସହଯୋଗ କରିବା ସହ କାର୍ଯ୍ୟ ବନ୍ଦ କରିବୁ ବୋଲି ସଦସ୍ୟମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.