ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ତାଳ ରସ ଓ ଖଜୁରୀରୁ ବ୍ୟାପୁଛି ନିପାହ୍‌ ଭାଇରସ୍‌; ଲକ୍ଷଣ ଦେଖାଦେଲେ ତୁରନ୍ତ ଯାଆନ୍ତୁ ହସ୍ପିଟାଲ

Image courtesy: TV9 bharatvarsh

ନୂଆଦିଲ୍ଲୀ,୧୬/୦୯: ଭାରତରେ ନିପାହ୍‌ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର କହିବା କଥା ହେଲା ନିପାହ୍‌ ଭାଇରସ୍‌ରେ ସଂକ୍ରମିତ ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର କରୋନା ମହାମାରୀ ତୁଳନାରେ ଅଧିକ ଅଟେ। ଯେଉଁଠି କରୋନାରେ ମୃତ୍ୟୁ ହାର ଦୁଇ ରୁ ତିନି ପ୍ରତିଶତ ରହୁଥିଲା, ସେଠି ନିପାହ୍‌ କ୍ଷେତ୍ରରେ ଏହା ୪୦ ରୁ ୭୦ ପ୍ରତିଶତ ରହିଛି। ଆଇସିଏମ୍‌ଆର୍‌ ଆଇସିଏମ୍‌ଆର୍‌ର ଏହି ପ୍ରତିକ୍ରିୟା ପରେ ଲୋକଙ୍କ ମଧ୍ୟରେ ଏହି ଭାଇରସକୁ ନେଇ ଭୟ ସୃଷ୍ଟି ହେବାରେ ଲାଗିଛି। 

ସେପଟେ କେରଳର କୋଝିକୋଟ ଜିଲ୍ଲାରେ ନିପାହ୍‌ ଭାଇରସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୩୯ ବର୍ଷ ବୟସ୍କ ବ୍ୟକ୍ତି ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। କୋଝିକୋଟରେ ଏପର୍ଯ୍ୟନ୍ତ ନିପାହ୍‌ ଭାଇରସର ୬ ଟି ମାମଲା ରୁଜୁ ହୋଇଛି। ଏହି ଗୁରୁତର ରୋଗର ଲକ୍ଷଣ କଣ ଏବଂ ଏହାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଟିଭି ୯ ଭାରତବର୍ଷକୁ ଏମ୍ସ ହସ୍ପିଟାଲର ଡାକ୍ତର ସଞ୍ଜୟ ରାୟ ସମସ୍ତ କଥା କହିଛନ୍ତି ଏବଂ ସେ ଏହି ରୋଗ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ପ୍ର‌ଥମେ କେଉଁଠି ଚିହ୍ନଟ ହୋଇ‌ଥିଲା ନିପାହ୍‌ ଭାଇରସ୍:

ସେ କହିଛନ୍ତି ଯେ ନିପାହ୍‌ ଏକ ନୂଆ ରୋଗ ନୁହେଁ। କରୋନା ଭୂତାଣୁ ପରି ଏହା ନୂଆ ନୁହେଁ। ଏହା ବିଷୟରେ ପ୍ରଥମେ ୧୮ ବର୍ଷ ପୂର୍ବେ ମାଲେସିଆରେ ଚିହ୍ନଟ ହୋଇଥିଲା। ସେତେବେଳେ ଏହି ଭୂତାଣୁ କିଛି ଚାଷୀଙ୍କଠାରେ ଦେଖିବାକୁ ମିଳିଥିଲା। ଚାଷୀମାନେ ଚାଷ କାମ କରୁଥିଲେ ଏବଂ ପଶୁମାନଙ୍କ ସହିତ ବିଶେଷ କରି ଘୁଷୁରିମାନଙ୍କ ସହିତ ରହୁଥିଲେ। ଏହି ରୋଗ ବିଷୟରେ ସବୁଠାରୁ ଗମ୍ଭୀର ବିଷୟ ହେଉଛି ଏହାର ମୃତ୍ୟୁ ହାର ଅଧିକ। ବିଶ୍ବର ତଥ୍ୟ ଅନୁଯାୟୀ ମୃତ୍ୟୁ ହାର ୪୦ ରୁ ୭୫ ପ୍ରତିଶତ ମଧ୍ୟରେ ରହିଛି। ୧୯୯୯ ରେ ମାଲେସିଆ ଏବଂ ସିଙ୍ଗାପୁରରେ ଯେପରି ପଦକ୍ଷେପ ନିଆଯାଇଥିଲା, ଏହାକୁ ଠିକ୍‌ ସେହିଭଳି ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ପରେ ସେଠାରେ କୌଣସି ସଂକ୍ରମଣ ଦେଖିବାକୁ ମିଳିନଥିଲା।

କିପରି ବ୍ୟାପିଲା ନିପାହ୍‌ ଭାଇରସ୍‌?

ଡାକ୍ତର ସଞ୍ଜୟ ରାୟଙ୍କ କହିବା କଥା ହେଲା, ନିପାହ୍‌ ଭାଇରସ୍‌ର ଲକ୍ଷଣ ପ୍ରଥମ ଥର ୨୦୧୮ରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ଭାରତରେ ଘୁଷୁରି ଠାରୁ ନୁହେଁ ବରଂ ବାଦୁଡ଼ି ଠାରୁ ବ୍ୟାପିଥିଲା। ଆମେ ତାଳ ରସ୍‌ ବା ଜୁସ୍‌ କିମ୍ବା ଖଜୁରି ଖାଉଛେ, ଏଥିରେ ବାଦୁଡ଼ିର ପରିଶ୍ରାରୁ ସଂକ୍ରମଣ ବ୍ୟାପିପାରେ। ଉଦାହରଣ ସ୍ୱରୂପ, ତାଳ ଓ ଖଜୁରୀ ରସ କେରଳରେ ଅଧିକ ପିଆଯାଏ। ଖଜୁରୀ ରସ ବାଦୁଡ଼ି ପରିସ୍ରା ଦ୍ୱାରା ଦୂଷିତ ହୁଏ। ୨୦୧୮ ରେ ଏହି ଭୂତାଣୁ ବ୍ୟାପିଥିଲା, ୨୦ ଟି ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ଅଧିକାଂଶ ଲୋକ ମୃତ୍ୟୁବରଣ କରିଥିଲେ, କିନ୍ତୁ ଭାରତ ଏହାକୁ ବହୁତ ଭଲଭାବେ ନିୟନ୍ତ୍ରଣ କରିଥିଲା। ସୂଚନାଥାଉକି ବାଂଲାଦେଶରେ ପ୍ରତିବର୍ଷ ନିପାହ ମାମଲା ସାମ୍ନାକୁ ଆସିଥିଲା। 

ନିପାହ୍‌ର ଲକ୍ଷଣ କ'ଣ? 

ଏଥିରେ ଗଳା ଯନ୍ତ୍ରଣା, ଥଣ୍ଡା, କାଶ, ଜ୍ୱର ଏବଂ ଦୁର୍ବଳତା ଅନୁଭବ କରିବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେତେବେଳେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଅସୁସ୍ଥ ହୁଏ, ସେ କୋମାକୁ ଯିବାର ସମ୍ଭାବନା ମଧ୍ୟ ରହିଛି। ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ। 

ନିରାକରଣ କ'ଣ?

ସେ କହିଛନ୍ତି ଯେ ଗୁରୁତର ବିଷୟ ହେଉଛି ଏହାର କୌଣସି ଉପଚାର ନାହିଁ ଅର୍ଥାତ୍ ଏହାର କୌଣସି ଚିକିତ୍ସା ନାହିଁ। ଏହାର ଏକମାତ୍ର ଉପଚାର ହେଉଛି ଲୋକମାନେ ନିଜକୁ ରକ୍ଷା କରିବା ଉଚିତ୍। ଯଦି ଏପରି କୌଣସି ଘଟଣା ଘଟେ ତେବେ ସେହି ସ୍ଥାନକୁ ଯାଆନ୍ତୁ ନାହିଁ କାରଣ ଏହା ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିପାରେ, କିନ୍ତୁ ଏହା କୋଭିଡ ପରି ସଂକ୍ରମିତ ନୁହେଁ, ତଥାପି ଆପଣ ସେହି ସ୍ଥାନଠାରୁ ଦୂରତା ବଜାୟ ରଖିପାରିବେ।

nipah virus
symptoms

Copyright © 2022 - Summa Real Media Private Limited. All Rights Reserved.