ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ମାଲକାନଗିରିରେ ଜାରି ରହିଛି ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀଙ୍କୁ ସେବା ଯୋଗାଉଛନ୍ତି ଡାକ୍ତର ଓ ନର୍ସିଂ କଲେଜ ଛାତ୍ରୀ...

ମାଲକାନଗିରି,୨୭/୯ : ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିବସ ରେ ପହଁଚିଛି। ଆନ୍ଦୋଳନକୁ ତୀବ୍ରତର କରି ରୋଗୀଙ୍କ ଜରୁରୀକାଳୀନ ସେବା କରୁନାହାନ୍ତି ଆନ୍ଦୋଳନରତ ନର୍ସ ମାନେ। ଗତ ଦୁଇଦିନ ଧରି ବର୍ହିବିଭାଗ ମାନଙ୍କର ନର୍ସିଂ ଷ୍ଟାଫ୍‌ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ଜରୁରିକାଳୀନ ବିଭାଗର ନର୍ସ ମାନେ ଆନ୍ଦୋଳନରେ ଯୋଗ ଦେଇଛନ୍ତିା ଫଳରେ ରୋଗୀ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି।

୮୦ ଜଣ ନର୍ସିଂ ସିଷ୍ଟର ଆନ୍ଦୋଳନ କରୁଥିଲେ ମଧ୍ୟ ଜିଲ୍ଲା ହସ୍ପିଟାଲ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର, ନର୍ସିଙ୍ଗ କଲେଜ ଓ ସରକାରୀ ନର୍ସିଂ ତାଲିମ କେନ୍ଦ୍ରର ଛାତ୍ରୀ ମାନେ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ମାଲକାନଗିରି ଜିଲ୍ଲାରେ ଜଣେ ବି ରୋଗୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉନାହିଁ ବୋଲି ଭାରପ୍ରାପ୍ତ ଜିଲ୍ଲାମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ର ଓ  ଜିଲ୍ଲା ହସ୍ପିଟାଲ ସୁପ୍ରିଟେଣ୍ଡେଣ୍ଟ ଡାକ୍ତର  ବ୍ରଜବନ୍ଧୁ ଦାଶ ସୂଚନା ଦେଇଛନ୍ତି ।

ତେବେ ନର୍ସିଙ୍ଗ ସିଷ୍ଟରଙ୍କ ଦାବି ଗୁଡିକ ମଧ୍ୟରେ ୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ଛଅବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ, ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ପଦୋନ୍ନତି, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସର ମାନଙ୍କୁ କ୍ୟାଡର ପୋଷ୍ଟରେ ବିଭିନ୍ନ ସରାକରୀ ଚିକିତ୍ସାଳୟରେ ନର୍ସିଂ ସେବା ଯୋଗାଇ ଦେବା, ନିୟମିତ ହୋଇ ନଥିବା ଅବଶିଷ୍ଟ ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ, ନର୍ସିଂ ଅଫିସର ମାନଙ୍କ ଡ୍ରେସ୍‌ କୋଡ ପରିବର୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତନ   କରାଯାଉ, ଇତ୍ୟାଦି ୧୦ ଦଫା ଦାବି ନେଇ ଆଜକୁ ତିନିଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତିା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.