ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବାରବାଟୀ ଷ୍ଟାଡିୟମ୍‌ ଜମି ମାଲିକାନା ଫେରିପାଇଲା ଓଓଏ, କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଷ୍ଟାଡିୟମ୍‌ ନବୀକରଣ ବାଟ ଫିଟିଲା

କଟକ, ୧୭/୦୩: ବାରବାଟୀ ଷ୍ଟାଡିୟମ୍‌ ଜମି ମାଲିକାନା ପୁଣି ଥରେ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌ (ଓଓଏ) ହାତକୁ ଆସିଛି । ପୂର୍ବଭଳି ଏକର ପ୍ରତି ମାତ୍ର ୧ ଟଙ୍କା ହିସାବରେ ଜମିର ନବୀକରଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ଅର୍ଥାତ୍‌ ଲିଜ୍‌ ପାଇଥିବା ୨୦ ଏକର ଜମି ବାବଦରେ ଓଓଏକୁ ମାତ୍ର ୨୦  ଟଙ୍କା ପ୍ରିମିୟମ୍‌ ଦେବାକୁ ପଡ଼ିବ । ଏହାକୁ ନେଇ  ବାରବାଟୀ ଷ୍ଟାଡିୟମ୍‌ ନବୀକରଣ ନିମନ୍ତେ ବାଟ ଫିଟିଛି ବୋଲି କୁହାଯାଇପାରେ । ଏଣିକି ଷ୍ଟାଡିୟମ୍‌  ନିର୍ମାଣ ପାଇଁ ବିସିସିଆଇ ଅନୁଦାନ ମିଳିବାରେ ମଧ୍ୟ ଆଉ କିଛି ଅସୁବିଧା ନାହିଁ । କେବଳ ବାରବାଟୀ ଷ୍ଟାଡିୟମ୍‌ ନବୀକରଣ ନୁହେଁ, ବରଂ ଇଣ୍ଟିଗ୍ରେଟେଡ୍‌  ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପ୍ରତିଷ୍ଠା କ୍ଷେତ୍ରରେ ଆଉ ଏକ  ପାଦ ଆଗକୁ ବଢ଼ାଇଛନ୍ତି ରାଜ୍ୟ ସରକାର । 

ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୧୯୪୯- ୫୦ ମସିହାରେ ଓଡ଼ିଶା ସରକାର ମାତ୍ର ୧ ଟଙ୍କା  ବିନିମୟରେ ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌  (ଓଓଏ)କୁ ବାରବାଟୀ ଷ୍ଟାଡିୟମ୍‌ ନିର୍ମାଣ ନିମନ୍ତେ  ଜମି ଲିଜ୍‌ ସୂତ୍ରରେ ପ୍ରଦାନ କରିଥିଲେ । ମୋଟ୍‌ ୨୬  ଏକର ୭୦୦ ଡିସିମିଲ୍‌ ଜମି ପାଇବା ପରେ ଅଲିମ୍ପିକ୍‌  ଆସୋସିଏସନ୍‌ ଏହାକୁ ସବ୍‌ଲିଜ୍‌ରେ ଓଡ଼ିଶା କ୍ରିକେଟ  ଆସୋସିଏସନ୍‌ (ଓସିଏ)କୁ ଦେଇଥିଲା । ଭାରତୀୟ  କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରୁ ଅନୁଦାନ  ପାଇ ଓସିଏ ବାରବାଟୀ ଷ୍ଟାଡିୟମ୍‌କୁ ଏକ ଅନ୍ତର୍ଜାତୀୟ  କ୍ରିକେଟ ଷ୍ଟାଡିୟମ୍‌ ଭାବେ ପ୍ରତିଷ୍ଠା କରିଥିଲା । 

ପ୍ରତି ୩୦ବର୍ଷରେ ଥରେ ଲେଖାଏଁ ଲିଜ୍‌ ଜମିର  ନବୀକରଣ ବା ରିନୁଆଲ୍‌ କରି ଆସୁଥିଲା ଓଓଏ ।  କିନ୍ତୁ ୨୦୦୧-୦୨ ମସିହାରେ ଲିଜ୍‌ ଜମି ନବୀକରଣ  କରିବାକୁ ଓଓଏ ତରଫରୁ ଆବେଦନ କରାଯାଇଥିବା  ବେଳେ ଏହା ବାତିଲ୍‌ ହୋଇଯାଇଥିଲା । ଓଓଏ ପକ୍ଷରୁ ସେତେବେଳେ ଜମିର ସ୍ଥାୟୀ ପଟ୍ଟା ପାଇବାକୁ ରାଜ୍ୟ  ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା ।  କିନ୍ତୁ ଆବେଦନ ଅଗ୍ରାହ୍ୟ ହେବା ଯୋଗୁଁ  ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଏହି  ମାମଲାର ଶୁଣାଣି କରି ହାଇକୋର୍ଟ ଜମି ମାଲିକାନା  ଓଓଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହାକୁ ନେଇ ଓଓଏ ପକ୍ଷରୁ ରାଜ୍ୟ ସରକାରଙ୍କ  ନିକଟରେ ପୁଣି ଥରେ ଆବେଦନ କରାଯାଇଥିଲା । ବିଳମ୍ବରେ ହେଉ ପଛେ ରାଜ୍ୟ କ୍ୟାବିନେଟ୍‌ ଏହା  ଉପରେ ମୋହର ମାରିଛି । ଫଳରେ ବାରବାଟୀ  ଷ୍ଟାଡିୟମ୍‌ ନବୀକରଣ କାମ ହେବାରେ ଆଉ  କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇପାରେ । 

ଏନେଇ ଶନିବାର ଓସିଏ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଓଏ  ସାଧାରଣ ସମ୍ପାଦକ ଅଭିଜିତ ପାଲ୍‌, ଓସିଏ  ସାଧାରଣ ସମ୍ପାଦକ ସଞ୍ଜୟ ବେହେରା, ଓଡ଼ିଶା  ଆଥ୍‌ଲେଟିକ୍ସ ଆସୋସିଏସନ୍‌ ସାଧାରଣ ସମ୍ପାଦକ  ଆଶୀର୍ବାଦ ବେହେରା ରାଜ୍ୟ ସରକାରଙ୍କୁ କୃତଜ୍ଞତା  ଜ୍ଞାପନ କରିଛନ୍ତି । ବାରବାଟୀ ଷ୍ଟାଡିୟମ୍‌ ଜମି ଲିଜ୍‌  ନବୀକରଣ ମଞ୍ଜୁର ପ୍ରଦାନ କ୍ଷେତ୍ରରେ ସହାୟତା  କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି  ବେହେରା, କ୍ରୀଡ଼ା ସଚିବ ଆର୍‌ ଭିନିଲ୍‌ କ୍ରିଷ୍ଣା ଏବଂ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ  କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଅବସରରେ  ବାଜା ବଜାଇ, ବାଣ ଫୁଟାଇ ବାରବାଟୀ ଷ୍ଟାଡିୟମ୍‌  ଠାରେ ଉତ୍ସବ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.