ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଢ଼ ମାସ ଧରି ଡାକ୍ତର ପଦବୀ ଖାଲି, ଆନ୍ଦୋଳନ ଚେତାବନୀ

କାଶୀପୁର, ୧୦/୧୧ : କାଶୀପୁର ବ୍ଲକ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ଦେଢ଼ ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଛି। ତିନି ମାସ ତଳେ ଟିକିରି ପିଏଚସିକୁ ଆସିଥିବା ଡାକ୍ତର ବିଶ୍ୱନାଥ ଜଗାରଙ୍ଗା, ପିଜି ପାଇଁ ଫେରି ଯାଇଥିବାରୁ ଏହି ସ୍ଥାନଟି ଖାଲି ପଡିଛି। ଅପରପକ୍ଷରେ ଦେଢ଼ ମାସ ଧରି ଖାଲି ପଡିଥିବା ଡାକ୍ତର ପଦଵୀର ପୂରଣ ଦିଗରେ ବିଳମ୍ବ କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ଟିକିରି ପିଏଚସିରେ ନୂତନ ଡାକ୍ତରଙ୍କୁ ନିଯୁକ୍ତି କରା ନଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

ସୂଚନାଯୋଗ୍ୟ, ଜୁନ ୨୩ ତାରିଖରେ ଡାକ୍ତର 
ବିଶ୍ୱନାଥ ଜଗାରଙ୍ଗା ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ । ଓପିଏସରେ ନିଯୁକ୍ତି ପ୍ରାପ୍ତ ଡାକ୍ତର ବିଶ୍ୱନାଥ ଜଗାରଙ୍ଗାଙ୍କ ସହିତ ଡା ପ୍ରାର୍ଥ ସାରଥୀ ମହାନ୍ତି, ଡା ଅମିତକୁମାର ବିଶୋଇ ଏବଂ ଡା ଅର୍ଚ୍ଚିତା ଦାଶ ଚାରି ନୂତନ ଡାକ୍ତର କାଶୀପୁର ସିଏଚସି ଅଧୀନରେ ଥିବା ବିଭିନ୍ନ ପିଏଚସିରେ ଯୋଗ ଦେଇଥିଲେ । ଡ଼ାଇରିଆ ପ୍ରବଣ କାଶୀପୁର ବ୍ଲକର ବିଭିନ୍ନ ପିଏଚସିରେ ଖାଲି ପଡିଥିବା ଡାକ୍ତର ପଦଵୀ ପୂରଣ ନେଇ କାଶୀପୁର ବ୍ଲକ ଅଧ୍ୟକ୍ଷ ସହିତ ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିମାନେ ଜିଲ୍ଲାପାଳ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଠାରେ ବାରମ୍ବାର ଦାବି କରିବା ପରେ ପଦଵୀ ପୂରଣ କରାଯାଇଥିଲା ।

କାଶୀପୁର ସିଏଚସି ଅଧୀନରେ ୬ଟି ପିଏଚସି( ନ୍ୟୁ)ରହିଛି । କିନ୍ତୁ ସିଏଚସିରେ ଦୁଇ ବିଶେଷଜ୍ଞ ଡାକ୍ତର, ନିୟମିତ ଇନଚାର୍ଜ ପଦଵୀ ଦୀର୍ଘ ଦିନ ଧରି ଖାଲି ପଡ଼ିଛି । କାଶୀପୁର ସିଏଚସିର ଡାକ୍ତରଙ୍କ ସମେତ ଏଲଟି, ଅନ୍ୟାନ୍ୟ ପଦଵୀ ଭଳି ୧୨ ଜଣ କର୍ମଚାରୀଙ୍କ ଆବଶ୍ୟକ ଥିବା ବେଳେ ମାତ୍ର ତିନି ଜଣ ଥିବାରୁ ପରିଚାଳନାରେ ସମସ୍ୟା ଦେଖା ଦେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.