ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଜି.ଉଦୟଗିରି, ୧୫/୪ : କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ। କେରଳ ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ କୁର୍ମିଂଗିଆ ଗ୍ରାମ ବ୍ରଡିନାଜୁର ସିଣ୍ଟୁ ପ୍ରଧାନ (୩୫ ବର୍ଷ)। 

ସୂଚନାନୁଯାୟୀ, ସିଣ୍ଟୁ କେରଳ ଏର୍ଣ୍ଣାକୁଲମ ଜିଲ୍ଲା ପେରାମବାବୁ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ସେଠାରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଗତ ୧୨ ତାରିଖରେ ସିଣ୍ଟୁଙ୍କ ମୃତ୍ୟୁ ଖବର ପରିବାର ଲୋକ ଖବର ପାଇବା ପରେ ସାନ ଭାଇ ବିଣ୍ଟୁ ପ୍ରଧାନ ସେଠାରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସୂଚନା ଅନୁସାରେ ସିଣ୍ଟୁ ପ୍ରଧାନ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପେରାମବାବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ନେଇ ଫୋନ ଆସିଥିଲା। କିନ୍ତୁ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସିଣ୍ଟୁଙ୍କ ଦେହ, ମୁହଁ ସହ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିବା ପରିବାର ଲୋକ କହିଛନ୍ତି। ତେଣୁ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ସେହି ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଗ୍ରାମକୁ ଆଣିବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.