ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମେ’ ୧୩ରେ ଏକସଙ୍ଗେ ନିର୍ବାଚନ: କୋଟିଆ ଭୋଟରଙ୍କୁ ବୋହିବ ଆନ୍ଧ୍ର, ରୋକିବାକୁ କୋରାପୁଟ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ

କୋରାପୁଟ,୧୮/୦୩: ଆସନ୍ତା ମେ’ ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ଏବଂ ଓଡ଼ିଶାର ପଟ୍ଟାଙ୍ଗି ବିଧାନସଭା ଆସନ ପାଇଁ ଏକସଙ୍ଗେ ଭୋଟ୍‌ ନିଆଯିବ । କୋରାପୁଟ ଜିଲ୍ଲା  ପ୍ରଶାସନ ପାଇଁ ଏହା ମୁଣ୍ଡବଥାର କାରଣ  ହୋଇଛି । କାରଣ ଉଭୟ ରାଜ୍ୟ ପଟ୍ଟାଙ୍ଗି  ନିର୍ବାଚନମଣ୍ଡଳୀ ଅଧୀନ କୋଟିଆରେ  ନିର୍ବାଚନ କରିବା ଲାଗି ଯୋଜନା  କରିଛନ୍ତି । ଆମ ଜିଲ୍ଲା ପ୍ରଶାସନ ଏଠାରେ  ୯ଟି ବୁଥ୍‌ କରିଥିବା ବେଳେ ଆନ୍ଧ୍ର ପକ୍ଷରୁ  ଗୋଟିଏ ଭୋଟ୍‌ଗ୍ରହଣ କେନ୍ଦ୍ର ସ୍ଥାପନ  ପାଇଁ ଯୋଜନା ରହିଛି । ଏଠାକାର  ଜିଲ୍ଲା ପ୍ରଶାସନ ପାଖରେ ଏହି ସୂଚନା  ରହିଛି । ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌  କହିଛନ୍ତି, ଏହାକୁ ରୋକିବା ଲାଗି  ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ପ୍ରତି  ୨ କିମି ବ୍ୟବଧାନରେ ବୁଥ୍‌ କରାଯାଇଛି ।  

ଅନ୍ୟପକ୍ଷରେ ସୂଚନା ମିଳିଛି, ଆନ୍ଧ୍ର  ପକ୍ଷରୁ ଏଠାରୁ ଗାଡ଼ି ଯୋଗେ ଭୋଟରଙ୍କୁ  ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ବୁହାଯିବ । ସାଲୁର ବିଧାନସଭା ଆସନରେ ଡେପୁଟି  ସିଏମ୍‌ ପି. ରାଜନ୍ନା ଦୋରା ନିର୍ବାଚନ  ଲଢ଼ୁଥିବାରୁ ସେଠାକାର ପ୍ରଶାସନ ପକ୍ଷରୁ  ସବୁପ୍ରକାର ବ୍ୟବସ୍ଥା କରାଯାଇଛି ।  

ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ ଅଧୀନରେ  ଥିବା ଏହି ପଞ୍ଚାୟତର ଜନସଂଖ୍ୟା ୭  ହଜାର ୭୨୮ । ସେଥିରୁ ୫ ହଜାର ୫୦୨  ଜଣ ଏଥର ଭୋଟ୍‌ ଦେବେ । ଜିଲ୍ଲା ପ୍ରଶାସନ  ପକ୍ଷରୁ ଏଠାରେ ଭୋଟ୍‌ଗ୍ରହଣ ପାଇଁ କୋଟିଆ  ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ, ଥୁରିଆ  ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଟାଉପଦର  ସରକାରୀ ହାଇସ୍କୁଲ(ଏସ୍‌ଏସ୍‌ଡି),  ରାନାସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ,  ଗଞ୍ଜେଇପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟ,  ମାଡ଼କାର ପ୍ରାଥମିକ ବିଦ୍ୟାଳୟ, ଫଗୁଣ  ସିନେରୀ ପ୍ରାଥମିକ ବିଦ୍ୟାଳୟ, ତଳକାଣ୍ଟି  ପ୍ରାଥମିକ ବିଦ୍ୟାଳୟ ଓ ଗୁମେଲପଦର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ମୋଟ ୯ଟି ସ୍ଥାନରେ ପୋଲିଂ ବୁଥ କରାଯିବ ।  

ଆନ୍ଧ୍ର ପକ୍ଷରୁ ନେରେଡିବାଲସା କିମ୍ବା  ତାଡ଼ିବାଲସାରେ ପୋଲିଂ ବୁଥ୍‌ କରାଯିବ । ଏଥିପାଇଁ ସେଠାକାର ଅଧିକାରୀମାନେ  ନିୟମିତ ଏଠାକୁ ଆସି ପରିସ୍ଥିତି ଅନୁଧ୍ୟାନ  କରିବା ସହିତ ଲୋକଙ୍କ ସହ ଆଲୋଚନା  କରୁଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ  ପକ୍ଷରୁ ନିର୍ବାଚନ ସମୟରେ ସୀମାରେ  ନାକା କରାଯିବ । ବାହାର ଅଞ୍ଚଳର କେହି  ଯେମିତି ଏଠାକୁ ଆସିପାରିବେ ନାହିଁ, ତା’  ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଅଭିନବ ସୋନକର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.