ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖରା ପାଇଁ କମିଛି ଶିବିର: ଚିକିତ୍ସାଳୟରେ ରକ୍ତ ଅଭାବ, ଜରୁରି ସମୟରେ ମିଳୁନି ବ୍ଲଡ୍

ଭୁବନେଶ୍ୱର,୧୮/୦୩: ଜଟଣୀ ବ୍ଲକ ଅନ୍ତର୍ଗତ କୁଦିଆରୀ ଗ୍ରାମର ରକ୍ତହୀନତାରେ ପୀଡ଼ିତ ଜଣେ କୁନି ଝିଅ ଗତ ୫ତାରିଖରେ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲରେ  ଭର୍ତ୍ତି ହୋଇଥିଲା । ଚିକିତ୍ସା ପାଇଁ ତାକୁ ରକ୍ତର ଆବଶ୍ୟକତା ହେଉଥିବା ବେଳେ ହସ୍ପିଟାଲର ରକ୍ତ ଭଣ୍ଡାରରେ ରକ୍ତ ନଥିଲା । ଯଦି ରକ୍ତ ଯୋଗାଡ଼ କରିବେ ତେବେ ରକ୍ତ ମିଳିବ ବୋଲି ସଫାସଫା କହିଥିଲେ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ ।  କଣ କରିବେ, ଝିଅକୁ କେଉଁଠୁ ରକ୍ତ ଦେବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ ଝିଅର ବାପା ।  ସମୟ ବିତୁଥାଏ । ହେଲେ ରକ୍ତ ମିଳୁନଥାଏ । ଏହି ସମୟରେ ଜଣେ ସ୍ୱେଚ୍ଛାସେବୀ ସେଠାରେ ପହଞ୍ଚି ରକ୍ତ ଦେଇଥିଲେ ।  

ସେହିପରି ସପ୍ତାହକ ତଳେ ଏମ୍‌ସରେ ମଧ୍ୟ  ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗର  ଜଣେ କ୍ୟାନସର ରୋଗୀଙ୍କ ଅପରେସନ ପାଇଁ  ତିନି ୟୁନିଟ୍‌ ‘ଓ ପଜିଟିଭ୍‌’ ରକ୍ତ ଆବଶ୍ୟକ  ହୋଇଥିଲା । ହେଲେ ହସ୍ପିଟାଲରେ ରକ୍ତ ନ  ଥିଲା । ଏଭଳି ସମୟରେ ଇନଷ୍ଟାବ୍ଲଡର ତିନିଜଣ  ଡୋନର୍‌ ସେଠାରେ ପହଞ୍ଚି ରକ୍ତ ଦେଇଥିଲେ । 

ଏବେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଦୈନିକ  ହସ୍ପିଟାଲରେ ଆବଶ୍ୟକ ହୋଇଥାଏ ୯୦ରୁ  ୧୦୦ ୟୁନିଟ ରକ୍ତ । ହେଲେ ଏବେ ସେଠାରେ  ମାତ୍ର ୧୦ରୁ ୨୦ ୟୁନିଟ ରହୁଛି । ସେହିପରି  ପୁରୁଣା ଭୁବନେଶ୍ୱରବାସୀଙ୍କ ଏକମାତ୍ର ସାହାରା  ବିଏମ୍‌ସି ହସ୍ପିଟାଲରେ ମଧ୍ୟ ରକ୍ତକୁ ନେଇ  ଶୋଚନୀୟ ସ୍ଥିତି ଦେଖିବାକୁ ମିଳିଛି । ଦୈନିକ  ସେଠାରେ ପାଖାପାଖି ୩୦ରୁ ୪୦ ୟୁନିଟ  ରକ୍ତ ଦରକାର। ମାତ୍ର ୫ରୁ ୬ ୟୁନିଟ ରକ୍ତ  ରହୁଛି । କିଛିଦିନ ତଳେ ରକ୍ତ ଦେବାକୁ ନେଇ  ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।  ଜଣେ ଯୁବକଙ୍କ ରକ୍ତ ଦରକାର ହେଉଥିବା  ବେଳେ ରକ୍ତ ଭଣ୍ଡାରରେ ରକ୍ତ ନଥିଲା ଯାହାକୁ  ନେଇ ସଂପୃକ୍ତ ଯୁବକ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ହାତାହାତି ପର୍ଯ୍ୟନ୍ତ କଥା  ଯାଇଥିଲା । ତେବେ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ  ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା। କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲକୁ  ଆସୁଥିବା ସିକିଲ୍‌ସେଲ୍‌ ଓ ଗର୍ଭବତୀ ରୋଗୀ  ରକ୍ତାଭାବର ଶିକାର ହେଉଛନ୍ତି।  

ଭୁବନେଶ୍ୱରରେ ରେଡକ୍ରସର ଏକ  ନୂଆ ରକ୍ତ ଭଣ୍ଡାର ଖୋଲାଯାଇଛି । ମାତ୍ର  ବର୍ଷକ ମଧ୍ୟରେ ଏହା ପ୍ରାୟ ୧୦୦ଟି ଶିବିର  କରିବା ସହ ୧୫ହଜାର ୟୁନିଟ ରକ୍ତ ସଂଗ୍ରହ  କରିଛି । ହେଲେ ଏବେ ଶିବିର ନ ଥିବାରୁ ରକ୍ତ  ପରିମାଣ କମିଛି । ତଥାପି ରେଡକ୍ରସ ବିଭିନ୍ନ  ସଙ୍ଗଠନ ସହ ଆଲୋଚନା କରି ରକ୍ତଦାନ  ପାଇଁ ସହଯୋଗ ଲୋଡୁଛି । ୨୦୧୫ରୁ  ବିଜେଡିର ଜୀବନବିନ୍ଦୁ ରାଜ୍ୟସାରା ଆୟୋଜନ ହେଉଛି। ଜୀବନବିନ୍ଦୁରୁ  ଆସୁଥିବା ପ୍ରାୟ ୮୦ରୁ  ୯୦ ପ୍ରତିଶତ ରକ୍ତ  ବିଭିନ୍ନ ସରକାରୀ ହସ୍ପିଟାଲକୁ ଯିବା ସହ  ରକ୍ତାଭାବକୁ ଭରଣା କରେ । ଚଳିତବର୍ଷ  ଫେବ୍ରୁଆରୀ ମାସରେ  ଜୀବନବିନ୍ଦୁ ମାଧ୍ୟମରେ ସାରା ରାଜ୍ୟରୁ ୩ହଜାର  ୫୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେଥିରୁ ୩୦ ପ୍ରତିଶତ ରକ୍ତ ରାଜଧାନୀର  ବିଭିନ୍ନ ସରକାରୀ ହସ୍ପିଟାଲକୁ ଦିଆଯାଇଥିଲା । ହେଲେ ଏହାପରେ ଜୀବନବିନ୍ଦୁର ଆୟୋଜନ  ଶିଥିଳ ପଡ଼ିଯାଇଛି । ସେହିପରି ରେଡକ୍ରସ  ମଧ୍ୟ ଆଗ ଭଳି ରକ୍ତଦାନ ଶିବିର କରୁନାହିଁ । ତେଣୁ ରକ୍ତର ଅଭାବ ପରିଲକ୍ଷିତ ହେଉଛି । 

ଏସଂପର୍କରେ ସ୍ୱେଚ୍ଛାସେବୀ ଦିବ୍ୟରଞ୍ଜନ  ଷଡ଼ଙ୍ଗୀ କହନ୍ତି, ଯଦି କାହାର ରକ୍ତ ଆବଶ୍ୟକ  ହେଉଥାଏ, ଖବର ମିଳିଲେ ସ୍ୱେଚ୍ଛାସେବୀ ତତକ୍ଷଣାତ ପହଞ୍ଚି ରକ୍ତ ଦେଉଛନ୍ତି ।  ତେବେ ରେଡକ୍ରସର ଡାକ୍ତର ଲକ୍ଷ୍ମଣ  ସ୍ୱାଇଁ କହନ୍ତି, ମାର୍ଚ୍ଚ ଅଧା ବେଳକୁ ରାଜଧାନୀର  ତାପମାତ୍ରା ୩୦ରୁ ୩୫ଡିଗ୍ରୀ ଛୁଇଁଛି । ଗତ  କିଛିମାସ ହେବ ଯେଉଁଭଳି ଭାବେ ରକ୍ତଦାନ  ଶିବିର ହେବା କଥା ତାହା ହେଉନି । ଏହାର  କାରଣ ସଚେତନତାର ଅଭାବ । କେତେକଙ୍କ  ଧାରଣା ରହିଛି ଖରାଦିନେ ରକ୍ତ ଦେଲେ  ଶରୀର ଅସୁସ୍ଥ ହେବ । ମୁଣ୍ଡ ବୁଲାଇବ । ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି  ଯୋଗୁଁ ଶିବିର ହୋଇପାରୁନି ବୋଲି ଡାକ୍ତର  ସ୍ୱାଇଁ ମତ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.