ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଓଡ଼ିଶା ସାହିତ୍ୟ ଏକାଡେମୀର ଭାଗ୍ୟ ଫିଟିବ ! ସଂଶୋଧିତ ହେବ ପୁରସ୍କାର ନିୟମାବଳୀ

ଭୁବନେଶ୍ୱର,୨୪/୦୮: ସଚଳ ହେବ  ମୁରବିଶୂନ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ । ଭାଗ୍ୟ  ଫିଟିବ । ପୁଣି ଥରେ ତା’ର ଗୁରୁତ୍ୱ ଓ ଗରିମାକୁ  ବଜାୟ ରଖିବ । ଯେଉଁ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ  ନେଇ ୭୬ ବର୍ଷ ତଳେ ଏକାଡେମୀ ପ୍ରତିଷ୍ଠା  ହୋଇଥିଲା, ଆଜି ତାହା ଲକ୍ଷ୍ୟ ଠାରୁ ଦୂରରେ  ଯାହାକୁ ଫେରାଇ ଆଣିବାକୁ ନୂଆ ସରକାର ଅଣ୍ଟା  ଭିଡ଼ିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ ଆଜି ଏହି କଥାକୁ ଦୋହରାଇଛନ୍ତି ।  

ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ  ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ ବିଧାନସଭାରେ ଏକାଡେମୀ ସମ୍ପର୍କରେ  ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାରଙ୍କ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଅଧୀନରେ ପରିଚାଳିତ ଓଡ଼ିଆ ସାହିତ୍ୟ  ଏକାଡେମୀ ଭାଷା, ସାହିତ୍ୟ ଓ ସଂସ୍କୃତିର  ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟ କରୁଛି । ଏବେ  ଏକାଡେମୀର ସଭାପତି, ଉପ ସଭାପତି ଓ ସଚିବ  ପଦବି କାର୍ଯ୍ୟକାଳ ଶେଷ ପରେ ଖାଲିପଡ଼ିଛି ।  ଏହି ସ୍ଥାନରେ ସରକାରୀ ଅଧିକାରୀଙ୍କୁ  ଦାୟିତ୍ୱ ଦିଆଯାଇ ଖାଲି ପଦବି ପୂରଣ ଲାଗି  ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ  ଦିନରେ ଏକାଡେମୀର ଗଠିତ ହେବାକୁ ଥିବା  ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦରେ  ଏହାକୁ ଯଥାରୀତି ଉପସ୍ଥାପନ କରାଯାଇ  ବିଧିବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯିବ ।  

ଏଥିସହିତ ଏକାଡେମୀର ପୁରସ୍କାର ପ୍ରକ୍ରିୟାକୁ  ସ୍ୱଚ୍ଛ, ନିରପେକ୍ଷ ଓ ପାରଦର୍ଶି କରିବା ଲାଗି  ସଂଶୋଧିତ ପୁରସ୍କାର ନିୟମାବଳୀ କାର୍ଯ୍ୟକାରୀ  କରାଯିବାର ବ୍ୟବସ୍ଥା ହୋଇଛି । ଏକାଡେମୀ  ତରଫରୁ ପ୍ରଥିତଯଶା ସାହିତ୍ୟିକମାନଙ୍କୁ ପ୍ରତିବର୍ଷ  ସ୍ୱୀକୃତି ତଥା ପ୍ରୋତ୍ସାହନ ନିମନ୍ତେ ପୁରସ୍କାର  ଦିଆଯିବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଛନ୍ତି ।   ତେବେ ମନ୍ତ୍ରୀଙ୍କ ଏ କଥା ପରେ ଗୋଟିଏ  କଥା ସ୍ପଷ୍ଟ ଯେ, ପୁରସ୍କାର ନିୟମାବଳୀ ବଦଳିବ ।  

ସୂଚନାଯୋଗ୍ୟଯେ, ୨୦୨୨ ମସିହା ମେ’ ୨ରେ  ସଂଶୋଧିତ ନିୟମାବଳୀକୁ ସରକାର ଅନୁମୋଦନ  କରିବା ସହ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ  ଦିଆଯାଇଥିଲା । ସେହି ବର୍ଷ ଜୁନ୍‌ ୧୧ରେ  ଏକାଡେମୀର ଐତିହାସିକ ନିଷ୍ପତ୍ତି କ୍ରମେ ଏହାକୁ  ଲାଗୁ କରାଯାଇଥିଲା । ଯେହେତୁ ୨୦୧୭ରୁ  ଏକାଡେମୀ ପୁରସ୍କାର ଦିଆଯାଇପାରିନି ତେଣୁ  ନିୟମାବଳୀ ଲାଗୁ ହୋଇ ବି ଅଚଳପ୍ରାୟ ।  ଯଦି ଏହାକୁ ବାଦ୍‌ ଦେଇ ସରକାର ପୁଣି ନୂଆ  ନିୟମାବଳୀ ଯୋଜନା କରୁଥିବେ ତେବେ ତାହା  ପରେ ଜଣାପଡ଼ିବ । କିନ୍ତୁ ପୁରସ୍କାର କେବେ  ମିଳିବ ତାହା ଜଣାପଡ଼ି ନାହିଁ । ଭଗବାନ  କରନ୍ତୁ, ତା’ପୂର୍ବରୁ କିଛି ଅଘଟଣ ନ ହେଉ ।  ଯୋଗ୍ୟ ଲେଖକ ବାଦ୍‌ ନ ପଡ଼ନ୍ତୁ । ସେଥିଲାଗି  ଏକାଡେମୀକୁ ଠାକୁର ସାହା ହୁଅନ୍ତୁ ବୋଲି  ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।   

ଏହା ସଂସ୍କୃତି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ  ଏକାଡେମୀ ହୋଇଥିବା ସତ୍ତେ୍ୱ ଏହାର ରହିଛି  ବହୁତ ସମସ୍ୟା । ଗତ ମେ’ ୨୦ ତାରିଖରୁ  ସଂସ୍କୃତି ନିର୍ଦ୍ଦେଶକ, ସଭାପତି ଓ ଉପ ସଭାପତି  ପଦରେ ଅତିରିକ୍ତ ଦାୟିତ୍ୱରେ ଥିବାବେଳେ  ୨୦୨୩ ସେପ୍ଟେମ୍ବର ୨୭ରୁ ବିଭାଗୀୟ ଯୁଗ୍ମ  ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ସୁବୋଧ ଚନ୍ଦ୍ର  ଆଚାର୍ଯ୍ୟ ମଧ୍ୟ ସଚିବ ଭାବେ ଅତିରିକ୍ତ  ଦାୟିତ୍ୱ ତୁଲାଇ ଆସୁଛନ୍ତି । ଅନ୍ୟପକ୍ଷରେ  ବର୍ଷେ ହେଲା ଏକାଡେମୀର ସାଧାରଣ ଓ  କାର୍ଯ୍ୟକାରୀ ପରିଷଦ ନାହିଁ । ଦୀର୍ଘ ୮ ବର୍ଷ  ହେବ ଏକାଡେମୀ ପୁରସ୍କାର ଦିଆଯାଇପାରୁନି  କିନ୍ତୁ ଘୋଷଣା କରି ପୁରସ୍କାର ସଂଖ୍ୟା ବଢ଼ାଇ  ଚାଲିଛନ୍ତି । ସେହିପରି ‘ଅନୁବାଦ ପରିଷଦ’ଠୁ  ନେଇ କେତେ କ’ଣ ଯୋଜନା ସବୁ ବହି  ଥାକରେ ଧୂଳି ଖାଉଛି । ଅଧିକାରୀ ଓ କର୍ମକର୍ତ୍ତାଙ୍କ  କାର୍ଯ୍ୟକାଳ ଶେଷ ପରେ ଯୋଜନାଗୁଡ଼ିକର  ଅବଧି ବି ସରିଯାଉଛି । ତେଣୁ ଏକାଡେମୀ ଆଗେଇବା ବଦଳରେ ସ୍ଥାଣୁ ପାଲଟିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.