ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ବିଜେପି ହାୱା, ବରଗଡ଼, ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ହେଭିୱେଟ୍ ଆଗୁଆ

ଭୁବନେଶ୍ଵର, ୦୪/୦୬ : ଓଡ଼ିଶାର ୨୧ ଲୋକସଭା କ୍ଷେତ୍ରରେ ଭୋଟ୍ ଗଣତିରେ ଜାରି ରହିଛି ଟ୍ରେଣ୍ଡ୍। ବିଜେପିର ବହୁ ହେଭିୱେଟ୍ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ବିଭିନ୍ନ ସିଟ୍‌ରେ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗୁଆ ରହିଛନ୍ତି ବିଜେପିର ଟାଣୁଆ ନେତା। ଲାଗୁଛି ମୋଦି କ୍ରେଜ୍ ଓ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ଓଡ଼ିଶା ଉପରେ ପ୍ରଭାବ ପକାଇଛି। ବର୍ତ୍ତମାନର ଟ୍ରେଣ୍ଡ୍‌ରେ ଏହା ପରିଲକ୍ଷିତ ହେଉଛି।

ସୂଚନାନୁଯାୟୀ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨୯ ହଜାର ୮୧୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ସେହିଭଳି କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ୩୬୩୫ ଭୋଟ୍‌ରେ ଆଗୁଆ ରହିଛନ୍ତି। ପୁରୀରୁ ସମ୍ବିତ ପାତ୍ର ୩୪୦୫୨ ଭୋଟ୍‌ରେ ଆଗୁଆ ରହିଛନ୍ତି। ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀ ୧୦୨୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ବରଗଡ଼ରୁ ପ୍ରଦୀପ ପୁରୋହିତ ବଡ଼ ମାର୍ଜିନ୍ ୭୬୮୩୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀ ୧୧୭୫୫ ଭୋଟ୍‌ରେ ଆଗୁଆ ରହିଛନ୍ତି। ବ୍ରହ୍ମପୁରୁ ପ୍ରଦୀପ ପାଣିଗ୍ରାହୀ ୨୯୨୨୮ ଭୋଟ୍‌ରେ ଆଗୁଆ ରହିଛନ୍ତି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.