ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଗୁଗଲ ମ୍ୟାପ୍‌ ବ୍ୟବହାର ବନ୍ଦ କଲା ଓଲା

ନୂଆଦିଲ୍ଲୀ,୦୭/୦୭: ଅନ୍‌ଲାଇନ କ୍ୟାବ୍‌ ସେବା ଯୋଗାଣକାରୀ କମ୍ପାନି ଓଲା କ୍ୟାବ୍‌ସ ନିଜ ବ୍ୟବସାୟରେ ଗୁଗଲ ମ୍ୟାପ୍‌ ବ୍ୟବହାର ବନ୍ଦ କରିଛି । କମ୍ପାନି ଏବେ  ଗୁଗୁଲ ମ୍ୟାପ୍ସ ପରିବର୍ତ୍ତେ ନିଜସ୍ୱ ଓଲା ମ୍ୟାପ୍ସ ବ୍ୟବହାର କରିବ । କମ୍ପାନିର ସିଇଓ  ଭାବିସ ଅଗ୍ରୱାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ଶ୍ରୀ ଅଗ୍ରୱାଲ କହିଛନ୍ତି, ଗତ  ମାସରେ ଆଜ୍ୟୁର ବ୍ୟବହାର ବନ୍ଦ କରିବା ପରେ ଏବେ ଗୁଗଲ ମ୍ୟାପ୍ସର ବ୍ୟବହାର  ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଗୁଗଲ ମ୍ୟାପ୍ସ ଉପରେ ଆମେ ବାର୍ଷିକ ୧୦୦ କୋଟି ଟଙ୍କା  ଖର୍ଚ୍ଚ କରୁଥିଲୁ । ଚଳିତ ମାସ ଠାରୁ ଏ କ୍ଷେତ୍ରରେ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.