ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବୋରୱେଲରେ ଖସିପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

ସୋନପୁର, ୧୪/୧୧ : ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ଗ୍ରାମରେ ବୋରୱେଲରେ ଖସିପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ। ମୃତ ବୃଦ୍ଧା ଜଣକ ହେଲେ ଗୋବିନ୍ଦପୁର ଗ୍ରାମର ଦୁଃଖୀ ନେଗୀ (୭୦ ବର୍ଷ)। 

ସୂଚନା ଅନୁଯାୟୀ, ଦୁଃଖୌ ନେଗୀ ନିଜ ଝିଅ ଘର କଇଁପୁଲ ଗ୍ରାମ ନିକଟସ୍ଥ କସୁରପାଲି ଗ୍ରାମକୁ ଗତ ୨ମାସ ହେଲା ଆସିଥିଲେ। ଗତକାଲି ସକାଳ ପ୍ରାୟ ୮ଟାରେ ବୃଦ୍ଧା ମହିଳା ଜଣକ କଇଁପୁଲ ଗ୍ରାମରେ ଥିବା ଏକ ବିଲକୁ ଝାଡୁ ତିଆରି କରିବାକୁ ବେଣା କଟିବା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଯାଖଜି ପରେ ସେଠାରେ ଥିବା ଏକ ବୋରୱେଲ ନିକଟରେ ଏକ ଦା ଏବଂ ବେଣା ଗୋଛା ପଡିଥିବା ଦେଖି ବୋରୱେଲରେ ଖସି ପଡିଥିବା ଜାଣିଥିଲେ । ଖବର ପାଇ ବ୍ଲକ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ଟ ଟିମ୍ ସହାୟତାରେ ୨୦ ଫୁଟ ତଳୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୩ ଘଣ୍ଟାର ରେସକ୍ୟୁ ଅପରେସନ ପରେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

ତାଙ୍କୁ ସୋନପୁର ଡାକ୍ତରଖାନା ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଘଟଣାର ଖବର ପାଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଏବଂ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।



  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.