ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଣନ୍ତୁ ଭାରତର କେଉଁ ସ୍ଥାନରେ ସବୁ ରହିଛି ପୁରାତନ ମନ୍ଦିର

ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକ ବସବାସ କରନ୍ତି । ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏସବୁ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ ।  ସେଥିପାଇଁ ଭାରତରେ ଅନେକ ମନ୍ଦିର ରହିଛି । ସେଥିରୁ କେତେକ ମନ୍ଦିର ଶତାବ୍ଦୀ ପୁରୁଣା ଯାହାର ଏକ ନିଜସ୍ୱ ଇତିହାସ ରହିଛି । ତେବେ ଆସନ୍ତୁ ଜାଣିବା ଭାରତରେ ଥିବା କିଛି ପୁରୁଣା ମନ୍ଦିର ବିଷୟରେ..

ବିହାରରେ ଥିବା  ମୁନ୍ଦେଶ୍ବରୀ ମନ୍ଦିର ସବୁଠାରୁ ପୁରୁଣା ମନ୍ଦିର ମଧ୍ୟରୁ ଅନ୍ୟତମ । ଭଗବାନ ଶିବଙ୍କୁ ଏଠାରେ ପୂଜା କରାଯାଏ। ସେହିପରି ବୋଧଗୟା ସ୍ଥିତ ମହୋବୋଧି ମନ୍ଦିର ପ୍ରସିଦ୍ଧ। ଏଠାରେ ଗୌତମ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା । ମନ୍ଦିର ପରିସରରେ ଏକ ବଡ ପିରାମିଡ ଶିଖର ଓ ଅନେକ ଛୋଟ ଛୋଟ ସ୍ତୁପ ରହିଛି। ମହାରାଷ୍ଟ୍ରର ଏଲୋରା ସ୍ଥିତ କୈଳାଶ ମନ୍ଦିର ଏକ ଚମତ୍କାରୀ ପଥରରେ ନିର୍ମିତ । ରାଷ୍ଟ୍ର ବଂଶର ଶାସନକାଳରେ ନିର୍ମିତ ଏହି ମନ୍ଦିର ଶିବଙ୍କୁ ସମର୍ପିତ । ଏହି ମନ୍ଦିର ନିଜର ଭବ୍ୟ ବାସ୍ତୁକଳା ଓ ମୁର୍ତ୍ତି ପାଇଁ ପ୍ରସିଦ୍ଧ ଅଟେ। ସେହିପରି ତାମିଲନାଡୁର ବୃହଦେଶ୍ବର ମନ୍ଦିରକୁ ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା  । ଏଠାରେ ମଧ୍ୟ ଶିବ ପୂଜା ପାଆନ୍ତି। ରାଜସ୍ଥାନ ମାଉଣ୍ଟ ଆବୁର ଦିଲବାଡା ମନ୍ଦିର ଜୈନ ମନ୍ଦରର ଏକ ସମୂହ ଅଟେ। ଯାହା ନିଜର ଉତ୍କୃଷ୍ଟ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟେ। 

ସେହିପରି ଜମ୍ମୁ ଓ କାଶ୍ମୀରର ତ୍ରିକୁଟ ପର୍ବତରେ ଥିବା ବୈଷ୍ଣୋ ଦେବୀ ମନ୍ଦିର  ଏକ ପ୍ରମୁଖ ହିନ୍ଦୁ ତୀର୍ଥସ୍ଥଳ ଅଟେ । ଦେବୀ ବୈଷ୍ଣୋ ଦେବୀଙ୍କୁ ସମର୍ପିତ ଏହି ମନ୍ଦିର ।  ଏହି ମନ୍ଦରକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ତାମିଲନାଡୁର  ମହାବଳିପୁରରେ ଅବସ୍ଥିତ ସୋର ମନ୍ଦିର  ଦକ୍ଷିଣ ଭାରତର ସବୁଠୁ ପୁରୁଣା ପଥରରେ ନିର୍ମିତ ଏକ ମନ୍ଦିର ଅଟେ । ସେହିପରି ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର ଚନ୍ଦେଲା  ରାଜବଂଶ ଦ୍ବାରା ନିର୍ମିତ। ଯାହା କଳା ଓ ଆଧ୍ୟତ୍ମିକତାର ମିଶ୍ରଣ ଦ୍ବାରା ପ୍ରତିନିଧିତ୍ବ କରୁଛି। ରାଜସ୍ଥାନର ପୁଷ୍କରରେ ଥିବା ଜଗତପିତା ବ୍ରହ୍ମା ମନ୍ଦିରରେ ଭଗବାନ ବ୍ରହ୍ମା ପୂଜା ପାଆନ୍ତି । ଆଉ ଏହା ଏକ ପ୍ରମୁଖ ତୀର୍ଥ ସ୍ଥଳ ଅଟେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.