ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ଏବେ ଯାଏଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ ?

Image Courtesy: oneindia

ଇସ୍ଲାମାବାଦ: ନରେନ୍ଦ୍ର ମୋଦୀ ତୃତୀୟ ଲାଗି ପ୍ରଧାନମନ୍ତ୍ରୀ ଭାବରେ ଜୁନ୍‌ ୯ରେ ଶପଥ ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ଋଷିଆ, ଆମେରିକା ଏବଂ ଇଟାଲି ଭଳି ଦେଶ ମୋଦୀଙ୍କୁ ଶୁଭେଚ୍ଛା ଜଣାଇସାରିଛନ୍ତି । ଭାରତର ପଡ଼ୋଶୀ ଦେଶ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ପାକିସ୍ତାନ ଏବେ ଯାଏଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ନାହିଁ । 

ରବିବାର ମୋଦୀ ଶପଥ ନେବାକୁ ଯାଉଥିବା ବେଳେ ଆଜି (ଶୁକ୍ରବାର) ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ମିଳିଛି । ପାକିସ୍ତାନ ନିଜର ସବୁ ପଡ଼ୋଷୀ ରାଷ୍ଟ୍ରଙ୍କ ସହ ‘ସହଯୋଗୀ ସମ୍ବନ୍ଧ’ ଆଶା କରିଛି । ଏହା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ପାକିସ୍ତାନ ଗୁରୁତ୍ବ ଦେଇଛି । ସେପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚଙ୍କୁ ପଚରାଯାଇଥିଲେ ଯେ, ଦେଶ କାହିଁକି ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇନାହିଁ ? ପ୍ରଶ୍ନର ଜବାବ ଦେଇ ମୁମତାଜ କହିଛନ୍ତି, ନିଜ ନେତୃତ୍ବଙ୍କୁ ବାଛିବା ପାଇଁ ଭାରତୀୟଙ୍କ ପାଖରେ ଅଧୀକାର ରହିଛି ।

ସେ ଆହୁରି କହିଛନ୍ତି, ‘ଭାରତର ନିର୍ବାଚନୀ ପ୍ରକ୍ରିୟା ସଂପର୍କରେ ପାକିସ୍ତାନକୁ କୌଣସି ଟିପ୍ପଣୀ କରିବାର ନାହିଁ । ଯେହେତୁ ଭାରତରେ ସରକାର ଗଠନ ହେଉଛ, ଏଭଳି ସ୍ଥିତିରେ ତରବରିଆ ଭାବରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇବାର ଆବଶ୍ୟକତା ନାହିଁ ।’ ସେପଟେ ନିର୍ବାଚନୀ ପ୍ରଚାର ସମୟରେ ବିଜେପିର ଅନେକ ନେତା ପାକିସ୍ତାନକୁ ଥଟ୍ଟା କରିଥିଲେ । ଏହା ଉପରେ ମୁମତାଜ କହିଛନ୍ତି ଯେ, ‘ଭାରତରୁ ଆସୁଥିବା ବୟାନବାଜି’ ସତ୍ତ୍ବେ ପାକିସ୍ତାନ ଦାୟିତ୍ବର ସହ କାର୍ଯ୍ୟ ଜାରି ରଖିଛି ।  

ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବିଦେଶରୁ ଅନେକ ଅତିଥି ଭାରତ ଆସୁଛନ୍ତି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆ ଦିଲ୍ଲୀରେ ପହଞ୍ଚିସାରିଛନ୍ତି । ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକୁମାର ଦହଲ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ ମଧ୍ୟ ସାମିଲ ହୋଇପାରନ୍ତି ।

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.