ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ୍‌ଙ୍କୁ ପୁଣି ଏକ ଝଟକା, ନାମାଙ୍କନ ପତ୍ରକୁ ନେଇ ଦାଖଲ ଆବେଦନ ପ୍ରତ୍ୟାଖ୍ୟାନ କଲେ ପାକିସ୍ତାନ ସୁପ୍ରିମକୋର୍ଟ...

ନୂଆଦିଲ୍ଲୀ: ପାକିସ୍ତାନରେ ଆଉ ଏକ ସପ୍ତାହ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ । ଆଉ ଏହାରି ଭିତରେ ଗୁରୁବାର ସୁପ୍ରିମକୋର୍ଟଙ୍କ ଠାରୁ ତାଙ୍କୁ ଏକ ଝଟକା ମିଳିଛି । ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଫେରାଇ ଦେଇଛନ୍ତି । ଇମ୍ରାନ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି । 

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆବେଦନରେ ଇମ୍ରାନ ପଞ୍ଜାବ ପ୍ରଦେଶର ଜାତୀୟ ବିଧାନସଭାର ଦୁଇଟି ଆସନ (ଲାହୋର ଏବଂ ମିଆଁୱାଲି) ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ମୁଖ୍ୟ ଖାନଙ୍କ ନାମାଙ୍କନ ପତ୍ର ଗତ ମାସରେ  ନୈତିକ ଆଧାର କାରଣରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ତୋସାଖାନା ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତୋସଖାନା ଦୁର୍ନୀତି ମାମଲାରେ ଇମ୍ରାନ ତାଙ୍କ କାର୍ଯ୍ୟକାଳରେ ମହଙ୍ଗା ସରକାରୀ ଉପହାର ରଖିଥିବା ଅଭିଯୋଗ ହୋଇଥିଲା । 

ସେ ବୁଧବାର ଏହି ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ସେ ଦୁଇଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯୋଗ୍ୟ ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । 'ଡନ୍' ଖବରକାଗଜର ଖବର ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟ ଖାନଙ୍କ ଆବେଦନକୁ ଫେରାଇ ଦେଇଛନ୍ତି ଏବଂ ଏହି ଆବେଦନରେ ଥିବା ତ୍ରୁଟିଗୁଡିକ ସଂଶୋଧନ କରାଯାଇ ପୁନଃ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ କୋର୍ଟଙ୍କ କାର୍ଯ୍ୟାଳୟ କହିଛି ଯେ, ଏହି ଆବେଦନରେ ମାମଲାର ଅନୁପଯୁକ୍ତ ବର୍ଣ୍ଣନା ରହିଛି ଏବଂ ଏଥିରେ ପ୍ରକୃତ ବିବାଦ, ମାମଲାର କ୍ରମିକ ସଂଖ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଲ୍ଲେଖ ନାହିଁ ।




 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.