ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବଳ ବିଦେଶୀ ଅତିଥିଙ୍କ ଲାଗି ପଡ଼ିବ ରେଡ୍ କାର୍ପେଟ୍, ଦରମା ନେବେ ନାହିଁ ପିଏମ୍ ଶେହବାଜ ଶରିଫ ଓ କ୍ୟାବିନେଟ୍ ମନ୍ତ୍ରୀ

ଇସଲାମାବାଦ, ୩୧/୦୩: ପାକିସ୍ତାନର କୌଣସି ସରକାରୀ କାର୍ଯ୍ୟକ୍ରମରେ ରେଡ୍ କାର୍ପେଟର ବ୍ୟବହାର କରାଯିବ ନାହିଁ । ଏବେ କେବଳ ବିଦେଶୀ ଅତିଥିଙ୍କ ସ୍ୱାଗତ ଲାଗି ରେଡ୍ କାର୍ପେଟ୍ ବିଛା ଯିବ । ଆର୍ଥିକ ସଂକଟ ଭିତରେ ଏ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ।

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ରେଡ୍ କାର୍ପେଟ୍ ବ୍ୟବହାର ନ କରିବା ଲାଗି ଶେହବାଜ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏପରିକି କ୍ୟାବିନେଟ୍ ବୈଠକରେ ରେଡ୍ କାର୍ପେଟ୍ ପଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ଦରମା ନେବାକୁ ମନା କରି ଦେଇଛନ୍ତି ଶେହବାଜ ଶରିଫ୍ । ୧୮ ଦିନ ପୂର୍ବରୁ ପାକିସ୍ତାନ ରାଷ୍ଟ୍ରପତି ଜରଦାରୀ ମଧ୍ୟ ଦରମା ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଦରମା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦରମା ୨ ଲକ୍ଷ

ପ୍ରତି ମାସ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦରମା ବାବଦକୁ ୨ ଲକ୍ଷ ଟଙ୍କା ପାଇଥାନ୍ତି । ପୂର୍ବତନ ରାଷ୍ଟ୍ରପତି ଆରିଫ୍ ଅଲଭିଙ୍କୁ ଦରମା ବାବଦରେ ପ୍ରତି ମାସ ୮ ଲକ୍ଷ ୪୬ ହଜାର ପାକିସ୍ତାନୀ ଟଙ୍କା ମିଳୁଥିଲା । ଏହି ଦରମା ୨୦୧୮ରେ ପାକିସ୍ତାନ ସଂସଦରେ ନିଷ୍ପତ୍ତି ନିଆ ଯାଇଥିଲା ।

ଆର୍ଥିକ ସଂକଟର ସମ୍ମୁଖୀନ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇ ଚାଲିଛି । ପାକିସ୍ତାନକୁ ଆଗାମୀ ୨ ମାସ ମଧ୍ୟରେ ୧ ବିଲିୟନ୍ ଡଲାର୍ ଅର୍ଥାତ୍ ୮.୩୦ ହଜାର କୋଟି ଟଙ୍କା ଋଣ ଶୁଝିବାକୁ ପଡ଼ିବ । ଗୋଟିଏ ପଟେ ଋଣ ପରିଶୋଧ ଅନ୍ୟପଟେ ୨୦୨୪ ଏପ୍ରିଲ୍ ୧୨ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ୩ ବିଲିୟନ୍ ଡଲାର ଋଣ ମିଳିବା ସମୟ ସରୁଛି । ଯଦି ପାକିସ୍ତାନକୁ ଋଣ ନ ମିଳେ ତ ଦେଶ ଦେବାଳିଆ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.