ପ୍ରମୂଖ ଖବର
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା,ଦଳ ଛାଡିଲେ ବିଧାୟକ

ନୂଆଦିଲ୍ଲୀ,୦୫/୦୯: ପାଖେଇ ଆସୁଛି ହରିଆଣା ବିଧାନସଭା ନିର୍ବାଚନ। ଆଉ ଦିନ କେଇଟା ପରେ ପଡିବ ଭୋଟ୍। ଏଭଳି ସମୟରେ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏନେଇ ବିଜେପି ବୁଧବାର ହରିଆଣା ବିଧାନସଭା ନିର୍ବାଚନ ପାଇଁ ୬୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ଏହି ତାଲିକା ପ୍ରକାଶ ପାଇବା ମାତ୍ରେ ଦଳରେ  ବିରୋଧ ଆରମ୍ଭ ହୋଇଥିବା ବେଳେ  ଟିକେଟ୍‌ କଟି ଯିବାରୁ ରାଗି ଯାଇ ଦଳ ଛାଡିଛନ୍ତି ବିଧାୟକ।

ତେବେ ରତିଆ ଆସନରୁ ବିଜେପି ବିଧାୟକ ଲକ୍ଷ୍ମଣ ନାପା ଦଳ ଛାଡ଼ିଛନ୍ତି। ସେ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ସେ ହରିଆଣା ବିଜେପି ସଭାପତି ମୋହନ ଲାଲ ବାଡୌଲିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ସେପଟେ ଲକ୍ଷ୍ମଣ ନାପା ଆଜି କଂଗ୍ରେସରେ ଯୋଗ ଦେଇପାରିନ୍ତି ବୋଲି ସୂଚନା ରହିଛି। ତେବେ ବାସ୍ତବରେ, ହରିଆଣାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ପ୍ରକାଶିତ ପ୍ରଥମ ତାଲିକାରେ ରତିଆ ବିଧାୟକ ଲକ୍ଷ୍ମଣ ନାପାଙ୍କୁ ଟିକେଟ୍ ଦିଆଯାଇ ନାହିଁ। ଆଗାମୀ ହରିଆଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ରତିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସାଂସଦ ସୁନୀତା ଦୁଗ୍ଗଲଙ୍କୁ ମୈଦାନକୁ ଓହ୍ଲାଇଛି। ଏହା ପରେ ଲକ୍ଷ୍ମଣ ନାପା ବିଜେପିରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।ପ୍ରକାଶ ଥାଉକି, ଆସନ୍ତା ଅକ୍ଟୋବର ୫ ତାରିଖରେ ହରିଆଣାର ୯୦ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ  ଅକ୍ଟୋବର ୮ରେ ଏହାର ଫଳାଫଳ ଆସିବ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.