ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ପଞ୍ଚଭୂତରେ ବିଲୀନ ହେଲେ ପଙ୍କଜ ଉଧାସ , ଲୁହ ଭିଜା ଆଖିରେ ଶେଷ ବିଦାୟ ଦେଲେ ପ୍ରଶଂସକ

ମୁମ୍ୱାଇ : ଚାଲିଗଲେ ପଦ୍ମଶ୍ରୀ ପଙ୍କଜ ଉଧାସ। ଲକ୍ଷ ଲକ୍ଷ ସଙ୍ଗୀତ ପ୍ରେମୀଙ୍କୁ କରିଦେଲେ ଦୁଃଖୀ। ସମସ୍ତଙ୍କ ଆଖିରେ ଲୁହର ବନ୍ୟା। ଭୂମିରୁ ଭୂମା ସବୁଠି ଗୁଞ୍ଜରିତ ତାଙ୍କର ସଙ୍ଗୀତ। କାନରେ ପ୍ରତିଧ୍ୱନିତ ସେହି ସୁମଧୁର ହୃଦୟସ୍ପର୍ଶୀ କଣ୍ଠ ସ୍ୱର। ଗଜଲର ତାଳେ ତାଳେ ଆଖିରେ ପ୍ରତିଭାତ ଏହି ମହାନ ସଙ୍ଗୀତ ସାଧକଙ୍କ ଛବି। ଆଉ ସେହି ଜଳନ୍ତା ଯୂଇଁରେ ସବୁଦିନ ପାଇଁ ବିଶ୍ରାମ ନେଇ ଯେମିତି ଗାଉଛନ୍ତି ...ଚିଠି ଆଇ ହୈ ଆଇ ହୈ ...ଚିଠି ଆଇ ହୈ। 

ଆଉ ନାହାନ୍ତି ଗଜଲ ଗାୟକ ପଙ୍କଜ ଉଧାସ, ୭୨ ବର୍ଷ ବୟସରେ ପ୍ରସିଦ୍ଧ ସିଙ୍ଗରଙ୍କ ପରଲୋକ

ପଞ୍ଚଭୂତରେ ବିଲୀନ ହୋଇଗଲେ ପ୍ରସିଦ୍ଧ ଗଜଲ ଗାୟକ ପଙ୍କଜ ଉଧାସ। ଆଉ ଫେରିବେନି ଗଜଲର ଆସରକୁ। ପାନକ୍ରିଆଟିକ୍‌ କ୍ୟାନସରରେ ପୀଡ଼ିତ ହୋଇ ସୋମବାର ସେ ସମସ୍ତଙ୍କ ଠାରୁ ଚିର ବିଦାୟ ନେଇଛନ୍ତି। ତାଙ୍କର ଝିଅ ନାୟାବ ଦୀର୍ଘ ଦିନରୁ ରୋଗାଗ୍ରସ୍ତ ପରେ ପିତାଙ୍କ ଚାଲିଯିବା କଥା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। 

ମଙ୍ଗଳବାର ସକାଳୁ ପଙ୍କଜ ଉଧାସଙ୍କ ଘରେ ତାଙ୍କର ଶେଷ ଦର୍ଶନ ପାଇଁ ନିକଟର ବନ୍ଧୁ ପରିଜନ ଓ ମନୋରଞ୍ଜନ ଦୁନିଆର ବ୍ୟକ୍ତିବିଶେଷ ପହଞ୍ଚି ଥିଲେ। ଏଥିରେ ଶଙ୍କର ମହାଦେବନ , ଜାକିର ହୁସୈନଙ୍କ ସହ ଅନେକ ଜଣାଶୁଣା ଲୋକ ଥିଲେ। ସକାଳେ ତାଙ୍କର ମୃତଦେହ ହସ୍ପିଟାଲରୁ ଆସିବା ପରେ ଘରେ ଝିଅ ରେବା ମଧ୍ୟ ଖୁବ୍‌ କାନ୍ଦିବାର ଦେଖିବାକୁ ମିଳିଥିଲା। ଆଜୁ ସନ୍ଧ୍ୟାରେ ମୁମ୍ୱାଇର ବର୍ଲି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇ ସାରିଛି। 

ପଙ୍କଜ ଉଧାସଙ୍କର ଅନ୍ତିମ ସଂସ୍କାର ବିଦ୍ୟୁତ୍‌ ଶବଦାହ ଗୃହରେ କରାଯାଇଛି। ତାଙ୍କର ପରିଜନ ହାତ ଯୋଡ଼ି ତାଙ୍କୁ ପ୍ରାର୍ଥନା କରିବା ସହ ଶେଷ ଦର୍ଶନ କରିଛନ୍ତି। ଦିବଙ୍ଗତ ଗଜଲ ଗାୟକ ଲୋକଙ୍କ ହୃଦୟରେ ସବୁଦିନ ଅମର ରହିବେ। 

ପଙ୍କଜ ଉଧାସଙ୍କର ପାର୍ଥିକ ଶରୀର ବର୍ଲିର ଶ୍ମଶାନ ଘାଟକୁ ଆସିବା ବେଳେ ସାଥିରେ ଥିଲେ ତାଙ୍କର ପତ୍ନୀ, ଝିଅ ଓ ନିକଟ ସଂପର୍କୀୟମାନେ। ସେମାନେ ସମସ୍ତେ ଶେଷ ବିଦାୟ ଦେବାକୁ ଯାଇଥିଲେ। ସୁନିଲ ଗାଭାସ୍କର , ସୋନୁ ନିଗମ , ଶାନ୍‌ଙ୍କ ସମେତ ଅନେକ ଲୋକ ଶ୍ମଶାନ ଯାଏ ତାଙ୍କର ଅନ୍ତିମ ଯାତ୍ରା ସହ ସାମିଲ ହୋଇଥିଲେ। ପଦ୍ମଶ୍ରୀ ଗଜଲ ଗାୟକ ପଙ୍କଜ ଉଧାସଙ୍କୁ ତ୍ରିରଙ୍ଗାରେ ଘୋଡ଼ାଇ ପୂରା ରାଜକୀୟ ସମ୍ମାନର ସହ ବିଦାୟ ଦିଆଯାଇଥିଲା। ବ୍ୟାଣ୍ଡବାଜା ଯେମିତି ବନ୍ଦେ ମାତରମ୍‌ର ଧୁନ୍‌ ବଜାଇଲେ, ପ୍ରତି ଆଖି ହୋଇ ଯାଇଥିଲା ଓଦା। 

କହୁ ରଖୁଛୁ କି, ସୋମବାର ପଙ୍କଜଙ୍କ ନିଧନର ଦୁଃଖ ଖବର ତାଙ୍କର ଝିଅ ନାୟାବ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଥିଲେ। କହିଥିଲେ କି, ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ହେବା ପରେ ପଙ୍କଜ ଉଧାସଙ୍କ ନିଧନ ହୋଇଛି। ଏହି ଖବର ଜାଣିବା ପରେ ପ୍ରଶଂସକଙ୍କ ଠାରୁ ନେଇ ବଲିଉଡ ଯାଏ, ସମସ୍ତେ ସୋସିଆଲ ମିଡ଼ିଆରେ ନିଜର ଶୋକ ପ୍ରକାଶ କରିଥିଲେ। ସୋନୁ ନିଗମ , ଅନୁପ ଜଲୋଟା, ଅନ୍ନୁ ମଲ୍ଲିକଙ୍କ ସମେତ ଅନେକ ଲୋକ ପଙ୍କଜ ଉଧାସଙ୍କ ସ୍ମୃତିରେ ଇମୋସନାଲ ପୋଷ୍ଟ ଲେଖି ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.