ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଟି-୨୦ ବିଶ୍ବକପ୍‌ ସମୀକ୍ଷା ପରେ ପାକ୍ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ପିସିବି, ୨୫୦୦ ଡଲାର ନେଇ...

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ବକପ୍ ୨୦୨୪ର ଗ୍ରୁପ୍ ଷ୍ଟେଜ୍‌ରୁ ପାକିସ୍ତାନ ଟିମ୍  ବାହାର ହୋଇଯାଇଛି। ଏଥିପାଇଁ ଟିମ୍‌କୁ ଖୁବ୍ ସମାଲୋଚନା କରାଯାଉଛି। ତା ଛଡା ଡଲାସରେ ଏକ ମିଟଅପ୍ ରଖିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ, ଖେଳାଳିମାନେ ଏଥିପାଇଁ ଟଙ୍କା ନେଇଥିଲେ। ତେବେ ସେହି ଖେଳାଳିଙ୍କ ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ ଅର୍ଥାତ ପିସିବିର ହଣ୍ଟର ଚାଲିବାକୁ ଯାଉଛି। ବହୁ ଷ୍ଟାର ଖେଳାଳିଙ୍କ ବିରୋଧରେ ବୋର୍ଡ ଆକ୍ସନ ନେବାକୁ ଯାଉଛି। ଏହାଛଡା ଟିମ୍‌ର ପ୍ରଦର୍ଶନକୁ ସମୀକ୍ଷା କରାଯାଉଛି। ବହୁ ଖେଳାଳିଙ୍କୁ ଟିମ୍‌ରୁ ବାହାର କରାଯାଇପାରେ।

ପିସିବି ଅଧ୍ୟକ୍ଷ ଏହି କଥାର ସଙ୍କେତ ଦେଇ ସାରିଛନ୍ତି ଯେ, ଟିମ୍‌ରେ ବଡ ପରିବର୍ତ୍ତନ ହେବା ସମ୍ଭବ। ଏହାଛଡା ଚୟନକର୍ତ୍ତା ପ୍ୟାନେଲରେ ମଧ୍ୟ ପରିବର୍ତ୍ତନ ହେବାର ଖବର ରହିଛି, କିନ୍ତୁ ଏବେ ’ଜଙ୍ଗ’ ଖବରର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନର ବହୁ ଖେଳାଳି ଏହି କଥାକୁ ସ୍ବୀକାର କରିଛନ୍ତି ଯେ, ଡଲାସରେ ଏକ ମିଟ୍ ଆଣ୍ଡ ଗ୍ରିଟ୍‌ ପୋଗ୍ରାମ୍‌ରେ ସାମିଲ ହେବା ପାଇଁ ସେ ଫ୍ୟାନ୍‌ଙ୍କଠାରୁ ୨୫୦୦ ୟୁଏସ୍‌ ଡଲାର ଲେଖାଏଁ ସ୍ବୀକାର କରିଥିଲେ। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ‘ଏ ନାଇଟ୍ ଓ୍ବିଥ୍ ଷ୍ଟାରସ’ ନାମରେ ଏକ କାର୍ଯ୍ୟକ୍ରମ ହେବାର ଥିଲା, କିନ୍ତୁ କ୍ୟାପଟେନ୍ ବାବର ଆଜମ ଓ ଅନ୍ୟ ଖେଳାଳି, ଯେଉଁ ଟଙ୍କା ଦେଇଥିଲେ ସେଥିରେ ପାର୍ଥକ୍ୟ ଥିଲା। ଏଭଳି ସ୍ଥିତିରେ ଏହାକୁ କ୍ୟାନସେଲ କରି ଦିଆଯାଇଥିଲା।

ଉଲ୍ଲେଖନୀୟ ଯେ, ଡିସେମ୍ବର ୨୦୨୨ ରୁ ବୋର୍ଡର ୪ ଜଣ ଅଧ୍ୟକ୍ଷ ବଦଳି ସାରିଛନ୍ତି, କିନ୍ତୁ ମ୍ୟାନେଜମେଣ୍ଟର ଅଧିକାଂଶ ଲୋକ ସେଠାରେ ଅଛନ୍ତି। ଏଭଳି ସ୍ଥିତିରେ ଯଦି ଖେଳାଳି ଆଜି ଅନୁଶାସନହୀନ ଓ ବେପରୁଆ ତେବେ ଦୋଷ ମ୍ୟାନେଜମେଣ୍ଟ ଉପରେ ଆସିବ, କାରଣ ସେମାନେ ଖେଳାଳିଙ୍କୁ ସୁରକ୍ଷା ଦେଉଛନ୍ତି। ପାକିସ୍ତାନ ଟିମ୍ ଖେଳାଳିଙ୍କ ପାଇଁ ଆଚାର ସଂହିତା ମଧ୍ୟ ତିଆରି କରିପାରେ। 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.