ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଗସ୍ତ କଲେ ପିସିସି ସଭାପତି ଶରତ ପଟ୍ଟନାୟକ, CWC ବୈଠକରେ ହେବେ ସାମିଲ୍

ଭୁବନେଶ୍ୱର ୦୭/୦୬:  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଦ୍ୟ ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡ‌ାକରା। CWC ବୈଠକ ପାଇଁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ। ଦିଲ୍ଲୀରେ ହେବାକୁ ବୈଠକ ପାଇଁ ସବୁ ରାଜ୍ୟର ସଭାପତିଙ୍କୁ AICC ପକ୍ଷରୁ ଦିଲ୍ଲୀ ଡକାଯାଇଛି। ଶନିବାର ସନ୍ଧ୍ୟା ୫ଟାରେ କଂଗ୍ରେସର ସଂସଦୀୟ ଦଳ ବୈଠକରେ ଆଲୋଚନା ହେବ।

ସୂଚନା ମୁତାବିକ, ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ୯୯ ଆସନ ଜିତିଛି । ଫଳରେ କଂଗ୍ରେସକୁ ଏବେ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ମିଳିବ । ଗତ ୨୦୧୪ରେ ମାତ୍ର ୪୪ ଏବଂ ୨୦୧୯ରେ  ୫୨ ଆସନ ପାଇଥିବାରୁ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲା । ଅଧିର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସ ନେତା ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଚଳିତଥର ଅଧିର ରଞ୍ଜନ ନିର୍ବାଚନରେ ପରାଜିତ ହୋଇଥିବାରୁ ଲୋକସଭାରେ  କିଏ ବିରୋଧୀ ଦଳ ନେତା ରହିବେ ତାକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

କୁହାଯାଉଛି  କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବିରୋଧୀ ଦଳ ନେତା ହେବେ । କଂଗ୍ରେସ ନେତାମାନେ ମଧ୍ୟ ରାହୁଲଙ୍କୁ ନେତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ତେବେ ଏହି  ପ୍ରସ୍ତାବ ଉପରେ କଂଗ୍ରେସର ସଂସଦୀୟ ଦଳ ବୈଠକରେ ଆଲୋଚନା କରାଯିବା  ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.