ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରେମ ପାଇଁ ପେରୁରୁ ମଧ୍ୟପ୍ରଦେଶରେ ପହଞ୍ଚିଲେ ଯୁବତୀ, ଖୁବ୍‌ଶୀଘ୍ର ସଚିନକୁ ବିବାହ କରିବେ ସେଲମା

ନୂଆଦିଲ୍ଲୀ ୧୦/୦୫: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖଜୁରାହୋରେ ରହୁଥିବା ସଚିନ ସିଂ ଗୌର ଏବଂ ପେରୁର ବାସିନ୍ଦା ବ୍ରିଏଟ ଏନ୍‌ ସେଲମାଙ୍କ ଲଭ୍‌ଷ୍ଟୋରୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି । ଏପରିକି ସଚିନଙ୍କୁ ବିବାହ କରିବାକୁ ସେଲମା ପେରୁରୁ ମଧ୍ୟପ୍ରଦେଶ ଆସିଛନ୍ତି । ସୋସିଆଲ ମିଡିଆରେ ଉଭୟେ ପରସ୍ପରକୁ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । 

ସେଲମା କହିଛନ୍ତି, ସଚିନ ଜଣେ ବହୁତ ଭଲ ମଣିଷ । ୨ ସପ୍ତାହ ହେଲାଣି ସେ ଖଜୁରାହୋରେ ଅଛନ୍ତି । ସେ ସଚିନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ଭାରତୀୟଙ୍କ ବର୍ଣ୍ଣ ବେଶ୍‌ ପସନ୍ଦ ବୋଲି ସେଲମା କହିଛନ୍ତି । ସଚିନ କହିଛନ୍ତି, ସେଲମାଙ୍କୁ ସେ ତାଙ୍କ ଘର ଲୋକଙ୍କ ସହ ଭେଟ କରାଇଛନ୍ତି । ଘରଲୋକେ ମଧ୍ୟ ସେଲମାଙ୍କୁ ପସନ୍ଦ କରିଛନ୍ତି । ତେଣୁ ଉଭୟେ ଛତରପୁର କୋର୍ଟରେ ବିବାହ ପାଇଁ ଆବେଦନ କରିଛନ୍ତି । ବିଦେଶୀ ଯୁବତୀଙ୍କୁ ବିବାହ ଲାଗି ଥିବା ସ୍ୱତନ୍ତ୍ର ଆଇନ ଅନୁଯାୟୀ ଉଭୟେ କୋର୍ଟରେ ଆବେଦନ କରିଛନ୍ତି । ଆବେଦନ ସ୍ୱୀକାର ହେବା ପରେ ଉଭୟେ ବିବାହ କରିପାରିବେ । ତେବେ ବିବାହ ପରେ ସେଲମା ପେରୁରେ ରହିବେ ଏବଂ ମଝିରେ ମଝିରେ ଭାରତ ଆସିବେ ବୋଲି ସଚିନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.