ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଜିଆଇଏମ୍‌ଇଆର-କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଶୀତଳ ଯୁଦ୍ଧ, ଠିକଣା ଚିକିତ୍ସା ପାଉନାହାନ୍ତି ରୋଗୀ

ଭୁବନେଶ୍ୱର, ୨୫।୫: ପୂରା ଅବ୍ୟବସ୍ଥା ଭିତରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ କାଜୁଆଲିଟି । ପିଜିଆଇଏମ୍‌ଇଆର ଓ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଭିତରେ ଚାଲିଛି ଶୀତଳ ଯୁଦ୍ଧ । ପିଜିଆଇଏମ୍‌ଇଆର ଡାକ୍ତର କହୁଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଦେଖିବେ । ଆଉ କ୍ୟାପିଟାଲ ହସ୍ପିଟାଲ ଡାକ୍ତର କହୁଛନ୍ତି ପିଜିଆଇଏମ୍‌ଇଆର ଡାକ୍ତର ଦେଖିବେ । ରୋଗୀ ଦେଖିବାକୁ ନେଇ ଉଭୟଙ୍କ ଭିତରେ ଚାଲିଛି ଟଣାଓଟରା । ଫଳରେ ରୋଗୀ ଠିକ୍‌ ସମୟରେ ଚିକିତ୍ସା ନପାଇ ଯନ୍ତ୍ରଣା ଭୋଗୁଛନ୍ତି । ରୋଗୀଙ୍କ ସମ୍ପର୍କୀୟ ତୁରନ୍ତ ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରି ଦୁର୍ବ୍ୟବହାର ପାଉଛନ୍ତି । ସିକ୍ୟୁରିଟି ଲଗାଇ କାଜୁଆଲିଟିରୁ ସର୍ମ୍ପର୍କୀୟଙ୍କୁ ତଡ଼ି ଦେଉଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ମାଳ ମାଳ ଏଭଳି ଅଭିଯୋଗ । 

ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ବାରମ୍ବାର ତାଗିଦ କରୁଥିବା ସୂଚନା ମିଳିଛି । ହେଲେ ଉତ୍ତର ମିଳୁଛି କାଜୁଆଲିଟିରେ ଡାକ୍ତର ସଂଖ୍ୟା କମ ରହିଛି । ପ୍ରବଳ ସଂଖ୍ୟାରେ ରୋଗୀ ଆସିଥିବାରୁ ସମସ୍ତଙ୍କୁ ତୁରନ୍ତ ଦେଖିବା ସମ୍ଭବ ହେଉନି ବୋଲି ସଫେଇ ଦେଉଛନ୍ତି । ବର୍ତ୍ତମାନ କାଜୁଆଲିଟି ଭୀଷଣ ସମସ୍ୟା ଦେଇ ଗତି କରୁଛି । ଡାକ୍ତରଙ୍କ ଘୋର ଅଭାବ ଯୋଗୁ ରୋଗୀ ଠିକଣା ସମୟରେ ଚିକିତ୍ସା ପାଇପାରୁନାହାନ୍ତି । ସେଠାକୁ ଦୈନିକ ପ୍ରାୟ ୭୦୦ରୁ ୮୦୦ ରୋଗୀ ଆସୁଛନ୍ତି । ୩ଟି ଦଫାରେ ୨୭ ଜଣ ଡାକ୍ତର ରୋଗୀ ଦେଖୁଛନ୍ତି । ଜରୁରିକଳୀନ ସମୟରେ ରୋଗୀଙ୍କୁ ଦେଖିବା ବିଳମ୍ବ ହେଲେ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । 

ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀଙ୍କ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବନି । ବହୁ ସମୟରେ ରୋଗୀଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ କରିଛନ୍ତି । ହେଲେ ଯଦି ଗୁରୁତର ଅଭିଯୋଗ ଆସିଛି, ତାହାର ମଧ୍ୟ ତଦନ୍ତ କରାଯାଇ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି । ଆଉ କିଛି ଜଣଙ୍କୁ ଚେତବାନୀ ମଧ୍ୟ ଦିଆଯାଉଛି । ଡାକ୍ତରଙ୍କ ଅଭାବ ରହିଛି । ପୂର୍ବରୁ କିଛି ଡାକ୍ତର କାଲୁଆଲିଟି ପାଇଁ ପୋଷ୍ଟିଂ ହୋଇଥିଲେ । ହେଲେ ସେମାନେ ପିଜି ପାଇବାରୁ ଏଠାରୁ ଛାଡ଼ି ଚାଲିଗଲେ । ପୁଣି ଡାକ୍ତରଙ୍କୁ ନିଯୁକ୍ତି ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.