ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଯୁଦ୍ଧର ମୈଦାନରେ ସମାଧାନ ସମ୍ଭବ ନୁହେଁ...ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକରେ କହିଲେ ପିଏମ ମୋଦୀ

Image Courtesy: businesstoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଛି  । ବୈଠକରେ ପିଏମ ମୋଦୀ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆତଙ୍କବାଦ ପ୍ରତ୍ୟେକ ଦେଶ ପାଇଁ ବିପଦ ବୋଲି ମୋଦୀ କହିଛନ୍ତି । ଏହା ସହ ମସ୍କୋ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମୋଦୀ କହିଛନ୍ତି ଯେ, ଆମେ ସେହି ଦୁଃଖକୁ ଜାଣିଛୁ । ଭାରତ ୪୦ ବର୍ଷ ହେଲା ଆତଙ୍କବାଦ ସହ ଲଢ଼ୁଛି ।

ସେ ଆହୁରି କହିଛନ୍ତି, ଋଷ ସହ ଭାରତର ସଂପର୍କ ବହୁ ପୁରୁଣା । ଭାରତ ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରୁଛି । ଆଗାମୀ ସମୟରେ ଭାରତ ଏବଂ ଋଷିଆ ସଂପର୍କ ଆହୁରି ମଜଭୁତ ହେବ । ଋଷର ସହାୟତାରେ ଭାରତକୁ ଶସ୍ତାରେ ତୈଳ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ, ଜଣେ ଉତ୍ତମ ବନ୍ଧୁ ଭାବେ ମୋତେ ଆମନ୍ତ୍ରଣ କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ୍‌କୁ ନେଇ ଆପଣଙ୍କ ସହ‌ଯୋଗ ସତରେ ସ୍ବାଗତଯୋଗ୍ୟ । ସମଗ୍ର ବିଶ୍ବର ନଜର ମୋର ଏହି ଯାତ୍ରା ଉପରେ ରହିଛି । 

ଏହା ସହ ୟୁକ୍ରେନ ଉପରେ ଆମେ ଦୁଇ ଜଣ ଆମ ବିଚାର ବ୍ୟକ୍ତ କରିଛନ୍ତି । ଯୁଦ୍ଧର ମୈଦାନରେ ସମାଧାନ ସମ୍ଭବ ନୁହେଁ । ମାନବତା ଲାଗି ଯୁଦ୍ଧ ଏକ ବଡ଼ ଆହ୍ବାନ  । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଭାରତ ଯଥାସମ୍ଭବ ସହାୟତା କରିବାକୁ ପ୍ରସ୍ତୁତ ରହିଛି ବୋଲି ପୁଟିନଙ୍କୁ କହିଛନ୍ତି ମୋଦୀ । 

ସେପଟେ ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ପିଏମ ମୋଦୀ ଋଷ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଭାରତର ପ୍ରୟାସକୁ ଋଷ ରାଷ୍ଟ୍ରପତି ପୁଟିନ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି, ଭାରତ ଏବଂ ଋଷ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି ।  ଏହା ସହ ବ୍ରିକସ୍‌ ସମ୍ମିଳନୀରେ ସାମିଲ ହେବାକୁ ପିଏମ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍‌ । 

  • pm narendra modi
  • President Putin
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.