ଭୁବନେଶ୍ୱର,୨୬/୦୯: ଆରମ୍ଭ ହେଲା ମିଶନ ତଡିପାର । ଟୁଇନ୍ ସିଟିରେ ଅପରାଧ ଓ ଅପରାଧୀଙ୍କୁ ଚେକ୍ ମେଟ୍ ଦେବ କମିଶନରେଟ୍ ପୋଲିସ । ପାର୍ବଣକୁ ଅପରାଧ ମୁକ୍ତ କରିବାକୁ ସେପ୍ଟେମ୍ୱର ୨୪ରେ ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି ପୋଲିସ ।
ସୂଚନା ମୁତାବକ, ଟୁଇନ୍ ସିଟିରେ ଅପରାଧ ଓ ଅପରାଧୀଙ୍କୁ ଚେକ୍ ମେଟ୍ ଦେବ କମିଶନରେଟ୍ ପୋଲିସ । ସେପ୍ଟେମ୍ୱର ୨୪ ତାରିଖିରେ ସିପିଙ୍କ ଅଧ୍ୟକ୍ଷତାରେ ପୋଲିସ ସେବା ଭବନରେ ବିଧାୟକ, ପୂଜା କମିଟି ସଦସ୍ୟ, ମେୟର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଗାମୀ ପାର୍ବଣକୁ ଅପରାଧ ମୁକ୍ତ କରିବାକୁ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି ପୋଲିସ । ସେଫ୍ ସିଟି ଡ୍ରାଇଭ୍ ମୁତାବକ ବିଭିନ୍ନ ଖଟିରେ ରେଡ୍, ଓପନ୍ ଡ୍ରିକିଂ ଚେକ୍, କଡ଼ା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ସହିତ ସହରର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଆଣ୍ଟି ବର୍ଗୁଲାର ଫୋର୍ସ ମୁତୟନ ହୋଇଛନ୍ତି । ବିଶେଷ କରି ଅପରାଧ ମୁକ୍ତ ପୂଜା ପାଇଁ ଟୁଇନ୍ ସିଟିର ସବୁ ଥାନାକୁ ୱାରେଣ୍ଟ ଡ୍ରାଇଭ୍ ଓ ତଡିପାର ତାଲିକା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।