ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ମେ’ ୩୧ରେ ଏସଆଇଟି ନିକଟରେ ହାଜର ହେବି: ପ୍ରଜ୍ବଳ ରେବାନ୍ନା

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବାନ୍ନା ଏକ ଭିଡିଓ ଜାରି କରିଛନ୍ତି । ଅଭିଯୋଗ ଆସିବା ପରେ ପରେ ଜର୍ମାନୀ ପଳାଇଥିବା ପ୍ରଜ୍ବଳ ଭିଡିଓ ଜାରି କରି ଏହାକୁ ବରୋଧୀଙ୍କ ଡ୍ରାମା ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟମାନେ ରାଜନୈତିକ ଡ୍ରାମା କରୁଛନ୍ତି ଏବଂ ମୋତେ ଅବସାଦ ଭିତରକୁ ଠେଲି ଦେବାକୁ ବାଧ୍ୟ କରିଛନ୍ତି ବୋଲି ପ୍ରଜ୍ବଳ ରେବାନ୍ନା ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ,  ‘ପରିବାର ସଦସ୍ୟଙ୍କୁ କ୍ଷମା ମାଗୁଛି । ମେ’ ୩୧ରେ ଭାରତ ଫେରିଆସି ତଦନ୍ତ ଟିମ୍‌ ପାଖରେ ହାଜର ହେବି ।’ 

ଏହା ପୂର୍ବରୁ ମେ’ ୧ ତାରିଖରେ ପ୍ରଜ୍ବଳ ରେବାନ୍ନା ଏକ୍ସରେ ପୋଷ୍ଟ କରିଥିଲେ । ବିଦେଶ ଚାଲିଯିବାର ୪ ଦିନ ପରେ ଏହି ପୋଷ୍ଟ କରି ସେ ବେଙ୍ଗାଲୁରୁରେ ନାହାଁନ୍ତି ବୋଲି ଜଣାଇଥିଲେ । ଏହା ସହ ଓକିଲଙ୍କ ଦ୍ବାରା ପୋଲିସକୁ ଯୋଗାଯୋଗ କରିଛନ୍ତି ଏବଂ ସତ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ସେ ଲେଖିଥିଲେ । 

ପ୍ରଜ୍ବଳ ରେବାନ୍ନା ଜେଡିଏସ୍‌ ନେତା ହୋଇଥିବା ବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି । ଏହା ସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ପୁତୁରା । ଏହା ପୂର୍ବରୁ ଉଭୟ ଦେବେଗୌଡ଼ା ଏବଂ କୁମାରସ୍ବାମୀଙ୍କୁ ପ୍ରଜ୍ବଳଙ୍କୁ ଫେରିଆସି ତଦନ୍ତରେ ସହାୟତା କରିବାକୁ କହିଥିଲେ । ନିକଟରେ ଏଚଡି ଦେବେଗୌଡ଼ା ନାତିଙ୍କ ଲାଗି ଦୁଇ ପୃଷ୍ଠାର ଚେତାବନୀ ପତ୍ର ଜାରି କରିଥିଲେ । ଜଲଦି ଭାତର ଆସିବାକୁ ଦେବେଗୌଡ଼ା ନିଜ ନାତି ପ୍ରଜ୍ବଳଙ୍କୁ ଚେତାବନୀ ଦେଇଥିଲେ ।

ପ୍ରଜ୍ବଳ ରେବାନ୍ନା କର୍ଣ୍ଣାଟକର ହାସନ ଲୋକସଭା କ୍ଷେତ୍ରର ସାଂସଦ ହୋଇଥିବା ବେଳେ ଚଳିତ ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ଥିଲେ । ଏଥର ଜେଡିଏସ୍‌ ଏବଂ ବିଜେପି ମେଣ୍ଟ ପ୍ରାର୍ଥୀ ଥିଲେ ରେବାନ୍ନା । ତାଙ୍କ ବିରୋଧରେ ଯୌନ କେଳେଙ୍କାରୀ ନେଇ ଅଭିଯୋଗ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଜ୍ବଳ ରେବାନ୍ନା । ଏହା ପୂର୍ବରୁ ତାଙ୍କ ଜେଜେବାପା ଦେବେଗୌଡ଼ା ପ୍ରଜ୍ବଳଙ୍କୁ ତାଗିଦ କରିଥିଲେ । ସେ ପ୍ରଜ୍ବଳଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ‘ମୋ ଧୈର୍ଯ୍ୟ ପରୀକ୍ଷା କରନି ଶୀଘ୍ର ଫେରିଆସେ । ନଚେତ ମୋ କ୍ରୋଧ ଦେଖିବୁ । ସବୁଦିନ ପାଇଁ ତୋତେ ପରିବାରଠୁ ଦୂରରେ ରହିବାକୁ ପଡ଼ିବ ।’  ଏପରିକି ଅଭିଯୋଗର ସତ୍ୟତା ଥିଲେ ପ୍ରଜ୍ବଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ଏଚଡି ଦେବେଗୌଡ଼ା ।

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.