ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ରମେୟ’ ଡିଜିଏମ୍‌ ଅଙ୍କୁର ଗୁପ୍ତାଙ୍କ ପରଲୋକ, ସୁମା ରିୟଲ୍‌ ମିଡିଆ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର,୧୨/୦୪:  ଦିଲ୍ଲୀରେ କାର୍ଯ୍ୟରତ ‘ପ୍ରମେୟ’  ଡିଜିଏମ୍‌ (ସେଲ୍ସ ଆଣ୍ଡ ମାର୍କେଟିଂ)  ଅଙ୍କୁର ଗୁପ୍ତାଙ୍କ ଗୁରୁବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି ।  ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।  ତାଙ୍କର ପତ୍ନୀ ଓ ଏକମାତ୍ର ଝିଅ  ଅଛନ୍ତି । ତାଙ୍କ ମୃତ୍ୟୁରେ ସୁମା ରିୟଲ୍‌ ମିଡିଆ ପ୍ରାଇଭେଟ୍‌  ଲିମିଟେଡ୍‌ (ପ୍ରମେୟ ଓ ନ୍ୟୁଜ୍‌-୭) ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର  ଡ. ମନୋଜରଞ୍ଜନ ନାୟକ, ସିଇଓ ସୁନୀଲ ଦାସ ଏବଂ ‘ପ୍ରମେୟ’ ସମ୍ପାଦକ  ଗୋପାଳକୃଷ୍ଣ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ଗୁପ୍ତା ୧୯୮୩ ଅକ୍ଟୋବର ୩ ତାରିଖରେ ନୂଆଦିଲ୍ଲୀରେ  ଜନ୍ମଗ୍ରହଣ କରିଥିଲେ । ସେ ୨୦୨୨ ଜାନୁଆରୀରୁ ‘ପ୍ରମେୟ’ରେ କାର୍ଯ୍ୟରତ  ଥିଲେ । ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସେ ବେଶ୍‌  ଲୋକପ୍ରିୟ ଥିଲେ । ଏହା ପୂର୍ବରୁ ସେ ଅମର ଉଜାଲା, ଲୋକମତ ଓ ଆଜ୍‌  ହିନ୍ଦୀରେ କାର୍ଯ୍ୟ କରିଥିଲେ । ‘ପ୍ରମେୟ’ର ବ୍ୟାବସାୟିକ ଅଭିବୃଦ୍ଧିରେ  ତାଙ୍କର ସକ୍ରିୟ ସହଯୋଗ ଥିଲା ବୋଲି ଡାଇରେକ୍ଟର (ସେଲ୍ସ ଆଣ୍ଡ  ମାର୍କେଟିଂ) ହିମାଂଶୁ ହୋତା କହିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.