ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା

ଭୁବନେଶ୍ୱର,୧୯/୦୪: ବିଜୁ ଜନତା ଦଳ ଛାଡ଼ିପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ  ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । 

ସୂତ୍ରରୁ ଖବର ମିଳିଛି, ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେବା ଯୋଜନାରେ ଅଛନ୍ତି । ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି । 

ଭୁବନେଶ୍ୱରରୁ ଲଗାତାର ୫ ଥର ସାଂସଦ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ ନିର୍ବାଚନ ରେ ଟିକଟ ଦେଇନଥିଲା ବିଜେଡି । ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା । ଏଥର ପାଟ୍ଟଶାଣୀ ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ମଝିରେ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ପାଟ୍ଟଶାଣୀ ମଧ୍ୟ ଏ ନେଇ ସଙ୍କେତ ଦେଇଥିଲେ । ମାତ୍ର କିଛି ଦିନ ପରେ ଏ ଚର୍ଚ୍ଚା ବି ଥମି ଯାଇଥିଲା । ଶ୍ରୀ ପାଟ୍ଟଶାଣୀଙ୍କ  ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି  ବିଜେପିରେ ଯୋଗ ଦେଇଛନ୍ତି । ଏଥର ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ  ବିଜେପି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଶ୍ରୀ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି  ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏ ଚର୍ଚ୍ଚାରେ କେତେ ସତ୍ୟତା ଅଛି, ସେ ନେଇ  କିଛି ସ୍ପଷ୍ଟ ହୋଇନାହିଁ । ଏ ନେଇ ଶ୍ରୀ ପାଟ୍ଟଶାଣୀଙ୍କ ମତାମତ ମିଳିପାରିନାହିଁ ।

Also Read :-

ମଣିପୁରରେ ନିର୍ବାଚନୀ ହିଂସା:ମତଦାନ କେନ୍ଦ୍ରରେ ଫୁଟିଲା ଗୁଳି, ୩ ଆହତ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.