ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବିବାହର ୬ ବର୍ଷ ପରେ ମାତା ପିତା ହେବେ ପ୍ରିନ୍ସ-ୟୁଭିକା

ମୁମ୍ବାଇ,୨୬/୬:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର।ଲୋକପ୍ରିୟ ରିୟଲିଟି ଶୋ ବିଗ୍ ବସ୍ ୯ର କପଲ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛି। ଦୀର୍ଘ ୬ ବର୍ଷ ପରେ ପ୍ରିନ୍ସ ଏବଂ ୟୁଭିକା ପିତା-ମାତା ହେବାକୁ ଯାଉଛନ୍ତି । ଏନେଇ ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମରେ ଏକ  ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ।

ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ବିଲ୍ଡିଂ ସମ୍ମୁଖରେ ନାଲି ରଙ୍ଗର ଗୋଟିଏ ବଡ଼ ଜିପ୍ ସହ ଏକା ପରି ଦେଖାଯାଉଥିବା ଛୋଟ ଖେଳନା ଜିପ୍ ଶେୟାର କରି ଲେଖିଛନ୍ତି,‘ହେଲୋ, ମୁଁ ଜାଣିପାରୁ ନାହିଁ ନିଜ ଭାବନାକୁ କିପରି ବ୍ୟକ୍ତ କରିବି । ମୁଁ ଏକା ସାଙ୍ଗେ ଖୁସି ବି ଅଛି ଏବଂ ନର୍ଭସ ବି ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଖୁବ୍ ଶୀଘ୍ର ପ୍ରିଭିକାଙ୍କ ବେବି ଆସିବାକୁ ଯାଉଛି । ମୁଁ ଚାହୁଁଛି ମାତା ପିତାମାନେ ଯେପରି ମୋର ଲାଳନ ପାଳନ କରିଥିଲେ ସେହିପରି ଆମେ ଆସୁଥିବା କୁନି ବେବିକୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରିବୁ । ସେଥିପାଇଁ ମୁଁ ଏତେ ପରିଶ୍ରମ କରିଥିଲି କି ଯେବେ ବି ମୁଁ ପିତା ହେବି କୁନି ବେବି ପାଇଁ ସବୁ କିଛି ପୂର୍ବରୁ ରହିବା ଉଚିତ । ଭଗବାନଙ୍କୁ ଧନ୍ୟବାଦ ଯିଏ ଆମକୁ ଏତେ ଖୁସି ଦେଇଛନ୍ତି । ଜୀବନର ସବୁଠାରୁ ସୁନ୍ଦର ଉପହାର ଦେବା ପାଇଁ ଥ୍ୟାଙ୍କ୍ ୟୁ ବେବି ।’ ପ୍ରକାଶ ଥାଉକି,ବିଗ୍ ବସ୍ ହାଉସରୁ ପ୍ରିନ୍ସ ଏବଂ ୟୁଭିକାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା । ପରେ ୨୦୨୮ରେ ସେମାନେ ବିବାହ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.