ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟରେ ଜନସାଧାରଣ ଅତିଷ୍ଠ

ମାଲକାନଗିରି - ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ପ୍ରଚଣ୍ଡ ରୌଦ୍ରତାପ ସହ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ ହୋଉଛି। ଲୋ ଭୋଲଟେଜ ଏବଂ ତାପମାତ୍ରା ୪୪ ଡିଗ୍ରୀକୁ ବୃଦ୍ଧି ପାଇ ଥିବାରୁ ଜନଜୀବନ ଅତିଷ୍ଠ ହୋଇ ପଡିଛି। ବିଶେଷ କରି କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନସ୍ଥ ଏମଭି-୧୦୮ ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍‌ ଯୋଗାଣ ସମସ୍ୟା ଲାଗି ରହିଛି। ଗ୍ରାମବାସୀଙ୍କ କହିବାନୁସାରେ, ଏହି ଗ୍ରାମରେ ପ୍ରାୟ ୭୫ ପରିବାରରେ ୪୦୦ ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରି ଆସୁଛନ୍ତି। ଗ୍ରାମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ଅଛନ୍ତି।

ଆଜକୁ ପ୍ରାୟ ଦୁଇ ବର୍ଷ ହେବ ବିଦ୍ୟୁତ ଲୋ ଭୋଲଟେଜ୍‌ ଯୋଗୁଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ବର୍ଷ ପୂର୍ବେ ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଭାଗ ପକ୍ଷରୁ ଗ୍ରାମରେ ଏକ ୨୫ କେ.ଭି.ର ଯାହାକି ୨ଫେଜର ଟ୍ରାନ୍ସଫରମର ଲଗାଯାଇ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇଥିଲା। 

ଘର ଘରକୁ ସଂଯୋଗ କରାଯାଇଥିବା କେବୁଲ ଗୁଡିକ ୨୦ ବର୍ଷ ପୁରୁଣା ହୋଇ ଥିବାରୁ ସେଗୁଡିକ ନଷ୍ଟ ହୋଇ ଗଲାଣି। ସେଗୁଡିକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଯୋଡ଼ା ଯାଇଥିବାରୁ ବର୍ତ୍ତମାନ ତାହା ସମ୍ପୂର୍ଣ ଭାବେ ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି। ନିୟମିତ ଲୋ-ଭୋଲଟେଜ୍‌ ରହିବା ଯୋଗୁଁ ବିଶେଷ କରି ଖରା ଦିନେ ଘରୋଇ ଉପକରଣ ତଥା ଲାଇଟ, ପଙ୍ଖା, ପାଣି ମୋଟର, କୁଲର ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକ ଆଦୌ ବ୍ୟବହାର ହୋଇ ପାରୁନାହିଁ। 

ଖାଲି ଏତିକିରେ ସରିନି ଲୋକଙ୍କ ସମସ୍ୟା। ବିଦ୍ୟୁତ ସମସ୍ୟା ଲାଗି ରହିବା ଯୋଗୁଁ ମୁଖ୍ୟତଃ ପିଇବା ପାଣି, ପିଲାଙ୍କ ପାଠପଢାରେ ବଡ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସହ୍ୟ ଗରମ ଜାରି ରହିଥିବା ବେଳେ ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଗ୍ରାମବାସୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ଗ୍ରାମବାସୀ ବହୁବାର ବାଲିମେଳା ସ୍ଥିତ ଟିପିଏସଓଏଲ କାର୍ଯ୍ୟାଳୟରେ ପହଞ୍ଚି କନିଷ୍ଠ ଯନ୍ତ୍ରୀ, ଏସଡ଼ିଓଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

କିନ୍ତୁ ଦୁଃଖର ବିଷୟ ପ୍ରାୟ ୨ ମାସ ପୂର୍ବେ ବିଭାଗ ପକ୍ଷରୁ ଏକ ୨୫ କେଭିର ୩ ଫେଜର ଟ୍ରାନ୍ସଫର୍ମର ଯୋଗାଇ ଦେଇଛନ୍ତି। ହେଲେ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ୩ ଫେଜର କେବୁଲ ଯୋଗାଇ ଦିଆଯାଇ ନାହିଁ। ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ନିକଟରେ ଗୁହାରି କଲେବି କେହି କର୍ଣ୍ଣପାତ କରୁନଥିବା ଗ୍ରାମର ସଭାପତି ରଞ୍ଜିତ ସାନା, ସମ୍ପାଦଳ କମଲେଶ ସର୍ଦାର, ବଳରାମ ଅଧୁକାରୀ, ରଘୁନାଥ ସର୍ଦାରଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଗ୍ରାମରେ ଲାଗି ରହିଥିବା ବିଦ୍ୟୁତ୍‌ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.