ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ଶ ଦୁର୍ଘଟଣା : ଡ୍ରାଇଭରକୁ ଦୋଷ ମୁଣ୍ଡେଇବାକୁ କରାଯାଇଛି କି ବାଧ୍ୟ ? ଅଭିଯୁକ୍ତର ଜେଜେ କହିଲେ ...

ମୁମ୍ୱାଇ - ମହାରାଷ୍ଟ୍ରରେ ପୁଣେ କୋର୍ଟ ପୋର୍ଶ କାର ଦୁର୍ଘଟଣା ମାମଲାରେ ସାମିଲ ନାବାଳକର ଜେଜେଙ୍କୁ ୨୮ ମେ ଯାଏ ପୁଲିସ ହେପାଜତକୁ ପଠାଇଛନ୍ତି। ଅଭିଯୋଜନ ପକ୍ଷ କୋର୍ଟଙ୍କୁ କହିଛନ୍ତି କି, ପୋର୍ଶ ଦୁର୍ଘଟଣା ମାମଲାରେ ସାମିଲ ନାବାଳକର ଜେଜେବାପାଙ୍କ ଘରୁ, ସିସିଟିଭି କ୍ୟାମେରାର ଜିଡିଟଲ ଭିଡ଼ିଓ ରେକର୍ଡର ଜବତ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚରୁ ଫୁଟେଜ୍‌କୁ ନଷ୍ଟ କରାଯାଇ ଥିବା ଜଣାପଡ଼ିଛି। ହେଲେ ଜେଜେବାପା ପୁଲିସକୁ ଦେଇଥିବା ବୟାନରେ ନିଜ ଉପରେ ଲାଗିଥିବା ଅନେକ ଦୋଷରୁ ଏଡେଇ ଦେଇଛନ୍ତି। ସେ ପରିବାରର ଡ୍ରାଇଭରକୁ ଧମକ ଦେବାର ଅଭିଯୋଗକୁ ମଧ୍ୟ ଭୁଲ୍‌ ଦର୍ଶାଇଛନ୍ତି । 

ନ୍ୟୁଜ୍‌ ୧୮ ରିପୋର୍ଟ ମୁତାବିକ , ଏସକେ ଅଗ୍ରୱାଲ କହିଛନ୍ତି କି ଯେତେବେଳେ ଦୁର୍ଘଟଣା ହୋଇଥିଲା , ସେତେବେଳେ ସେ ଦିଲ୍ଲୀରେ ଥିଲେ । ଗତ ରବିବାର ସକାଳ ୧୧ଟା ପାଖାପାଖି ସେ ପୁଣେ ଫେରି ଥିଲେ। 

ଜେଜେବାପା ଅଗ୍ରୱାଲ କହିଛନ୍ତି କି, ସେ କଲ୍ୟାଣୀ ନଗରରେ ୧୭ ବର୍ଷିୟ ପିଲା ସହ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ। ସେ ପ୍ରଶ୍ନ କରି କହିଛନ୍ତି କି ଏଥିରେ ସେ ଡ୍ରାଇଭରଙ୍କୁ କେମିତି ଧମକ ଦେଇ ପାରିବେ। ସେ କହିଛନ୍ତି ଡ୍ରାଇଭର ଅଗ୍ରୱାଲ ପରିବାର ସହ ଗତ ୭-୮ ବର୍ଷ ହେବ କାମ କରୁ ଥିଲେ। ଏହାସହ ଦୁର୍ଘଟଣା ରାତିରେ ଡ୍ରାଇଭର ରବିବାର ସକାଳ ଯାଏ ଥାନାରେ ହିଁ ଥିଲେ। 

ଏସକେ ଅଗ୍ରୱାଲ କହିଛନ୍ତି , ଦୁର୍ଘଟଣା ପରେ ତାଙ୍କୁ ଲୋକଙ୍କ ଭିଡ଼ ଉଗ୍ର ଦେବାର ଡ଼ର ଥିଲା । ଏଥିପାଇଁ ସେ ଅଗ୍ରୱାଲ ପରିବାରର ସର୍ଭେଣ୍ଟ କ୍ୱାର୍ଟରରେ ରହିବାକୁ ନିଷ୍ପତ୍ତି ନେଲେ। ସେ କହିଥିଲେ କି ଡ୍ରାଇଭର ନିଜେ ଲୋକଙ୍କୁ ସୁରକ୍ଷା ମାଗି ଥିଲେ। ଏହି କାରଣ ଯେ ସେ ନିଜ ଇଚ୍ଛାରେ ଷ୍ଟାଫ କ୍ୱାର୍ଟରରେ ରହିଥିଲେ। ଅଗ୍ରୱାଲ କହିଛନ୍ତି ସେ ପୂର୍ବରୁ ବି ଅନେକ ଘଟଣାରେ ପୂର୍ବରୁ ବି ଅନେକ ଘଟଣାରେ ଷ୍ଟାଫଙ୍କ କ୍ୱାଟରରେ ରହି ସାରିଛନ୍ତି। 

କହି ରଖୁଛୁ କି, ଜେଜେବାପାଙ୍କୁ ୧୯ ମେ'ର ଦୁର୍ଘଟଣା ପରେ ପରିବାରର ଡ୍ରାଇଭରକୁ ଭୁଲ ଉପାୟରେ ବନ୍ଧକ କରି ରଖିବା ନେଇ ଗିରଫ କରି ନିଆଯାଇ ଥିଲା ଏବଂ ଦ୍ୱିପ୍ରହରରେ ଏକ ଅବକାଶକାଳୀନ କୋର୍ଟଙ୍କ ସମ୍ମୁଖରେ ହାଜର କରାଯାଇ ଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.