ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟ: ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ ଆର୍‌ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୩୧/୦୫: ଚଳିତ ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଚେସ୍‌ ବିସ୍ମୟ ଆର୍‌ ପ୍ରଜ୍ଞାନନ୍ଦା ଐତିହାସକ ବିଜୟ ହାସଲ କରିଛନ୍ତି । ତୃତୀୟ ରାଉଣ୍ଡ୍‌ରେ ସେ କ୍ଲାସିକାଲ୍‌ ଗେମ୍‌ରେ ବିଶ୍ୱର ୧ନଂ ଖେଳାଳି ତଥା ଆୟୋଜକ ନରେୱର ମାଗନସ୍‌ କାର୍ଲସେନଙ୍କୁ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ବିଜୟ ସହ ତାଙ୍କ  ନାମରେ ଏକ ରେକର୍ଡ଼ ଯୋଡ଼ି ହୋଇଯାଇଛି ।  ପ୍ରଜ୍ଞାନନ୍ଦା ଚତୁର୍ଥ ଭାରତୀୟ ଭାବେ କ୍ଲାସିକାଲ  ଗେମ୍‌ରେ କାର୍ଲସେନଙ୍କୁ ହରାଇବାରେ ସଫଳ  ହୋଇଛନ୍ତି । ପୂର୍ବରୁ ପି. ହରିକ୍ରିଷ୍ଣା (୨୦୦୫),  ବିଶ୍ୱନାଥନ ଆନନ୍ଦ (୨୦୧୭), କାର୍ତ୍ତିକେୟ  ମୂରଲୀ (୨୦୨୩) କ୍ଲାସିକାଲ୍‌ ଗେମ୍‌ରେ  ନରୱେ ତାରକାଙ୍କୁ ପରାଜିତ କରିଥିଲେ। 

ଓପନ ବର୍ଗର ତୃତୀୟ ରାଉଣ୍ଡ୍‌ରେ  ୧୮ବର୍ଷୀୟ ପ୍ରଜ୍ଞାନନ୍ଦା ଓ କାର୍ଲସେନ  ସାମ୍ନାସାମ୍ନି ହୋଇଥିଲେ । କ୍ଲାସିକାଲ୍‌  ଗେମ୍‌ରେ ୧୩ତମ ଗୋଟି ଚାଳନାରେ  କାର୍ଲସେନ ତ୍ରୁଟି କରିଥିଲେ । ପ୍ରଜ୍ଞାନନ୍ଦା  ଏହାର ଫାଇଦା ଉଠାଇଥିଲେ । ଏହାପରେ  ସେ କାର୍ଲସେନଙ୍କୁ ଆଉ ପ୍ରତ୍ୟାବର୍ତ୍ତନ  ସୁଯୋଗ ଦେଇ ନଥିଲେ । କ୍ଲାସିକାଲ  ଗେମ୍‌ରେ କାର୍ଲସେନଙ୍କ ବିପକ୍ଷରେ ଏହା  ପ୍ରଜ୍ଞାନନ୍ଦାଙ୍କ ପ୍ରଥମ ବିଜୟ ରହିଥିଲା । ଏହି  ବିଜୟ ସହ ସେ ମୋଟ ୩ପଏଣ୍ଟ ହାସଲ  କରିଥିଲେ । ତୃତୀୟ ରାଉଣ୍ଡ୍‌ ଶେଷ ସୁଦ୍ଧା  ସେ ମୋଟ ୫.୫ ପଏଣ୍ଟ ସହ ଏକକ  ଅଗ୍ରଣୀ ଲାଭ କରିଛନ୍ତି । ପୂର୍ବରୁ ଉଭୟଙ୍କ  ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି  କ୍ଲାସିକେଲ ଗେମ୍‌ ମ୍ୟାଚ୍‌ରେ ୩ଟି ଡ୍ର’  ହୋଇଥିବାବେଳେ କାର୍ଲସେନ ଗୋଟିଏ  ଜିତିଥିଲେ । ଅନ୍ୟ ପଟରେ ଆମେରିକାର  ଫାବିଆନୋ କାରୁଆନା ବିଶ୍ୱ ଚାମ୍ପିଅନ୍‌  ଚୀନର ଡିଙ୍ଗ୍‌ ଲିରେନଙ୍କୁ (କ୍ଲାସିକାଲ  ଗେମ୍‌)ଙ୍କୁ ହରାଇଥିଲେ । ସେ ୫ପଏଣ୍ଟ  ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 

ମହିଳା ବର୍ଗରେ ପ୍ରଜ୍ଞାନନ୍ଦାଙ୍କ ଭଉଣୀ  ଆର୍‌ ବୈଶାଳୀ ତୃତୀୟ ରାଉଣ୍ଡ୍‌ରେ  ୟୁକ୍ରେନର ଆନ୍ନା ମୁଜିଚୁକଙ୍କୁ ହରାଇ ପଏଣ୍ଟ  ତାଲିକାରେ ଏକକ ଅଗ୍ରଣୀ ହାସଲ କରିଛନ୍ତି ।  ସେ ମୋଟ ୫.୫ ପଏଣ୍ଟ ପାଇଛନ୍ତି । ଅନ୍ୟ  ଏକ ମ୍ୟାଚ୍‌ରେ କୁନେରୁ ହମ୍ପି ଚୀନର  ଲି ଟିଙ୍ଗ୍‌ଜୀଙ୍କୁ ପରାଜିତ କରିଥିଲେ । ସେ  ୩ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.