ନୂଆଦିଲ୍ଲୀ,୦୩/୮: ସାଉଥ ସୁପରଷ୍ଟାର ଧନୁଷ ତାଙ୍କର ଆକ୍ସନ୍-ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ର 'ରାୟନ' ସହ ଶିରୋନାମାରେ ରହିଛନ୍ତି। ଫିଲ୍ମଟି ଚଳିତ ଜୁଲାଇ ୨୬ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ବେଳେ ଲୋକଙ୍କ ମନ ଜିତିବା ସହ ବର୍ତ୍ତମାନ ବିଶ୍ୱରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଏହିପରି ଫିଲ୍ମ ଲୋକପ୍ରିୟତା ସହ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି ।
ଗତକାଲି , ରାୟନ୍ ରିଲିଜର ୮ମ ଦିନ ଚାଲିଥିବା ବେଳେ ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ 'ରାୟନ'ର ନିର୍ମାତା ସନ୍ ପିକ୍ଚର୍ସ ଧନୁଷଙ୍କ ପ୍ରଶଂସକଙ୍କ ପାଇଁ ଏହି ଖୁସି ଖବର ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିର୍ମାତା ଲେଖିଛନ୍ତି, 'ରାୟନ' ସ୍କ୍ରିନ୍ ଫ୍ଲେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀରେ ସ୍ଥାନ ପାଇଛି । ଏହା ସହ ସେ ଲେଖିଛନ୍ତି, ବର୍ତ୍ତମାନ ଫିଲ୍ମ ନିକଟସ୍ଥ ପ୍ରେକ୍ଷାଳୟରେ ଦେଖିପାରିବେ ।'ରାୟନ୍' ୧୬.୫୦ କୋଟି ଟଙ୍କା ସହ ଓପନିଂ କରିଥିଲା । ଗୋଟିଏ ସପ୍ତାହରେ 'ରାୟନ'ର ମୋଟ ସଂଗ୍ରହ ୭୪ କୋଟି ଟଙ୍କା ହୋଇଛି । ଏହି ଫିଲ୍ମ ତାମିଲରେ ମୋଟ ୪୯ କୋଟି, ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନାରେ ୧୧କୋଟି, କର୍ଣ୍ଣାଟକରେ ୭ କୋଟି, କେରଳରେ ୪.୫୦ କୋଟି ଟଙ୍କା ସଂଗ୍ରହ କରିବା ବ୍ୟତୀତ ସମଗ୍ର ଭାରତରେ ୨.୫୦ କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।
ଧନୁଷ ଏହି ଫିଲ୍ମକୁ ଲେଖିବା ସହ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । 'ପା ପାଣ୍ଡି' ପରେ 'ରାୟନ୍' ଧନୁଷଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଏ ଆର ରେହମାନ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଛନ୍ତି । କାଳିଦାସ ଏବଂ ସନ୍ଦୀପ ରୟାନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବାବେଳେ ଦୁଶାରା ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି ।