ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଦ୍ରକ, ବାଲେଶ୍ୱର ଆସିବେ ରାହୁଲ, ଖଡ଼ଗେ; ୨୧ରେ ସୋରୋ, ସିମୁଳିଆ, ଜଳେଶ୍ୱର ଆସିବେ ପବନ ଖେରା

ଭୁବନେଶ୍ୱର,୨୦/୦୫: ଓଡ଼ିଶାକୁ ପୁଣି ଆସିବେ ଏଆଇସିସି  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ଉଭୟ ନେତାଙ୍କ ଗସ୍ତ ବେଳେ ବାଲେଶ୍ୱର ଓ  ଭଦ୍ରକର ବିଶାଳ ସମାବେଶ ଅନୁଷ୍ଠିତ ହେବ । ତେବେ ଆସନ୍ତା ୨୬ରୁ ୨୮  ତାରିଖ ମଧ୍ୟରେ ଉଭୟ ନେତାଙ୍କ ଗସ୍ତ  କାର୍ଯ୍ୟକ୍ରମ ରହିବ ବୋଲି ଓଡ଼ିଶା କଂଗ୍ରେସ  ପ୍ରଭାରୀ ଡ. ଅଜୟ କୁମାର ସୂଚନା  ଦେଇଛନ୍ତି ।  

ସେହିପରି ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପବନ  ଖେରା । ଗସ୍ତ ବେଳେ ବାଲେଶ୍ୱର ଜିଲ୍ଲାର  ସୋରୋ, ସିମୁଳିଆ ଓ ଜଳେଶ୍ୱର  ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗ ଦେବେ । ତେବେ ଚଳିତ ମାସ  ଶେଷ ସପ୍ତାହରେ ଓଡ଼ିଶା ଆସିବେ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ  ରେଡ୍ଡୀ । ଗସ୍ତ ବେଳେ ଭଦ୍ରକରେ  ରେବନ୍ତଙ୍କ କାର୍ଯ୍ୟକ୍ରମ ରଖିବାକୁ ଯୋଜନା  ପ୍ରସ୍ତୁତ ହେଉଛି ବୋଲି ବରିଷ୍ଠ କଂଗ୍ରେସ  ନେତା ସୂଚନାଦେଇଛନ୍ତି । ତେବେ  ଥିରୁବନ୍ତପୁରମର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ମଧ୍ୟ ପ୍ରଚାର  ପାଇଁ ଓଡ଼ିଶା ଆସିବେ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.