ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଲଓ୍ବା ଦେଖାଇଲେ ଜୟସ୍ବାଲ, ମୁମ୍ବାଇକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ

Image Courtesy: espncricinfo

ଜୟପୁର: ଯଶସ୍ଵୀ ଜୟସ୍ଵାଲଙ୍କ ଦମଦାର ଶତକ ବଳରେ ଏକତରଫା  ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ସନ୍ଦୀପ ଶର୍ମାଙ୍କ ଘାତକ ବୋଲିଂ ଏବଂ ପରେ ୬୦ ବଲ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ୧୦୪ ରନ୍‌ ବଳରେ ରାଜସ୍ଥାନ ମାତ୍ର ଗୋଟିଏ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି । ଏହା ସହ ୯ ଓ୍ବିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ରାଜସ୍ଥାନ ।

ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୩୮ତମ ମ୍ୟାଚରେ ରାଜସ୍ଥାନ ଶୋଚନୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଓ୍ଵିକେଟରେ ପରାସ୍ତ କରିଛି। ୧୮୦ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୮.୪ ଓଭରରେ ମାତ୍ର ୧ ଓ୍ଵିକେଟ୍ ହରାଇ ମ୍ୟାଚ ଜିତି ନେଇଛି।  ଯଶସ୍ବୀ ଜୟସ୍ବାଲ ୧୦୪ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ସଞ୍ଜୁ ସାମସନ ୩୮ ରନ କରି କ୍ରିଜରେ ଥିଲେ। ଜୋସ୍ ବଟଲର ୩୫ ରନ କରିଥିଲେ।  ଅନ୍ୟପଟେ ମୁମ୍ବାଇ ପଞ୍ଚମ ପରାଜୟ ଭୋଗିଛି । 

ଆଇପିଏଲ ୨୦୨୪ର ୩୮ ତମ ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସକୁ ଘାଇଲା କରିଥିଲେ ରାଜସ୍ଥାନ ରୟାଲ୍ସର ବୋଲର । ତିଳକ ବର୍ମା(୬୫) ଏବଂ ନେହାଲ ଓ୍ବାଧେରା (୪୯) ରନ୍‌ ବଲରେ ମୁମ୍ବାଇ ଟିମ୍‌ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୭୯ ରନ୍‌ କରିଥିଲା । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଟିମ୍‌ ମୁମ୍ବାଇ ରାଜସ୍ଥାନକୁ ୧୮୦ ରନ୍‌ର ଟାର୍ଗେଟ ଦେଇଥିଲା । ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା(୬) ଭଲ ପ୍ରଦର୍ଶନ କରିପାରି ନଥିଲେ । ସେହିଭଳି ଟି-୨୦ର ନମ୍ବର ଓ୍ବାନ ବ୍ୟାଟର  ସୂର୍ଯ୍ୟକୁମାର ଯାଦବ ମାତ୍ର ୧୦ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଫ୍ୟାନ୍ସଙ୍କୁ ଦୁଃଖି କରିଥିଲେ । ସେ ୧୦ଟି ବଲ୍‌ ଖେଳି ମାତ୍ର ୧୦ ରନ୍‌ କରି ଆଉଟ ହୋଇଥିଲେ ।

ସେପଟେ ରାଜସ୍ଥାନ ଟିମ୍‌ର ସନ୍ଦୀପ ଶର୍ମା ମାତ୍ର ୧୮ ରନ୍‌ ଦେଇ ୫ ଟି ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ସନ୍ଦୀପ ଶର୍ମା ଏତେ କମ୍‌ ରନ୍‌ରେ ୫ ଓ୍ବିକେଟ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେହିଭଳି ଟ୍ରେଣ୍ଟ ବୋଲ୍ଟ ୨ଟି ଓ୍ବିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ସେହିଭଳି ମୁମ୍ବାଇର ପିୟୁଷ ଚାଓ୍ବାଲ ଏକମାତ୍ର ଓ୍ବିକେଟ(ଜୋସ୍‌ ବଟଲର) ନେବାରେ ସକ୍ଷମ ହୋଇଥିଲେ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.