ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ୨୮ ମୃତ , ଏମ୍ସରେ ଆହତଙ୍କ ଚିକିତ୍ସା ନେଇ ପ୍ରସ୍ତୁତି

ରାଜକୋଟ-ନୂଆଦିଲ୍ଲୀ : ଗୁଜରାଟର ରାଜକୋଟରେ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୮ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଦିନ ଦୁର୍ଘଟଣା ସ୍ଥଳୀକୁ ଗସ୍ତ କରିଛନ୍ତି। ଆହତଙ୍କ ଚିକିତ୍ସାର ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବିକ , ୨୫ ଜଣ ମୃତକଙ୍କ ପରିଚୟ ମିଳି ସାରିଛି। ଏଥିରେ ଅତି କମ୍‌ରେ ୪ଜଣ ୧୨ ବର୍ଷରୁ କମ୍‌ ବୟସର ପିଲା ଅଛନ୍ତି। ହେଲେ ଏବେସୁଦ୍ଧା କେବଳ ଦୁଇ ଜଣ ପିଲାଙ୍କର ପରିଚୟ ମିଳିଛି। ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୪-୪ ଲକ୍ଷ ଲେଖାଏଁ ଟଙ୍କା ଓ ଆହତଙ୍କୁ ୫୦-୫୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଦେବାକୁ ଘୋଷଣା କରିଛନ୍ତି।

ଆଉ ତିନି ଜଣ ଲୋକ ଆହତ ହୋଇଛନ୍ତି, ଯାହାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।ତାଙ୍କର ଅବସ୍ଥା ସ୍ଥିର ରହିଛି। ସେପଟେ ରାଜକୋଟ ଅଗ୍ନିକାଣ୍ଡରେ ଆହତ ଲୋକଙ୍କ ଚିକିତ୍ସା ପାଇଁ ଏମ୍‌ସ ରାଜକୋଟରେ ୩୦ଟି ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମଣ୍ଡାଭିଆ କହିଛନ୍ତି କି, ଏମ୍ସକୁ ପୂରା ସାହାଯ୍ୟ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 

ଏହି ସମୟରେ ଗୁଜରାଟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଘବୀ କହିଛନ୍ତି କି ଘଟଣା ପରେ ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ଏସଆଇଟିର ସଦସ୍ୟ ସ୍ଥାନୀୟ ପ୍ରଶାସନ ସହ ବୈଠକ କରିଛନ୍ତି । ମୃତକଙ୍କ ଚିହ୍ନଟ ପାଇଁ ମୃତଦେହ ଓ ପୀଡ଼ିତଙ୍କ ସଂପର୍କୀୟଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.